ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ : ପ୍ରତ୍ୟାହାର ଲାଗି ଦେଇଥିବା ସମୟସୀମା ଟପିବା ପରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଦା କରିବେ ଧାନ

ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ : ପ୍ରତ୍ୟାହାର ଲାଗି ଦେଇଥିବା ସମୟସୀମା ଟପିବା ପରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଦା କରିବେ ଧାନ

ସମ୍ବଲପୁର : ଅନଲାଇନ୍ ଟୋକନ୍ ବ୍ୟବସ୍ଥା ବିରୋଧରେ ତାତିଛନ୍ତି ଚାଷୀ । ଏହାକୁ ପ୍ରତ୍ୟାହାର କରିବାକୁ ଆଜି ଦିନ ୧୨ଟା ଯାଏଁ ଡେଡଲାଇନ୍ ଦେଇଥିଲେ ଚାଷୀ । ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ। ସମ୍ବଲପୁରରେ ଚାଷୀଙ୍କର ଏକ  ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ ପ୍ରତିକ୍ରିୟା ରଖି ଚାଷୀ ସଂଗଠନ କହିଛନ୍ତି, ଦାବି ପୂରଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ରି ହୋଇ ନଥିବା ଧାନ ଗଦାଇବେ । ଏଥିସହ ପ୍ରତିବାଦ ସ୍ବରୂପ ସମ୍ବଲପୁରର ସମସ୍ତ ବିଧାୟକଙ୍କ ଘରେ ଧାନ ଗଦାଯିବ। ଏହାପରେ ସମ୍ବଲପୁରରେ ଶତାଧିକ ଚାଷୀ ଏକତ୍ରିତ ହୋଇ ବିକ୍ରି ହୋଇ ପାରି ନ ଥିବା ଧାନକୁ ଜିଲ୍ଲାପ‌ାଳଙ୍କ ଅଫିସ ସମ୍ମୁଖରେ ଗଦା କରିବା  ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି। ଚାଷୀମାନଙ୍କୁ ଅଟକାଇବା ପୁଲିସ ମୁତୟନ କରାଯାଇଛି। ଚାଷୀମାନେ ଜିଦ ଧରିଛନ୍ତି କି ସେମାନେ ଧାନ ଢ଼ାଳିବା ପରେ ତାହାକୁ ବିକ୍ରି କରିବା ଦାୟିତ୍ବ ଜିଲ୍ଲାପାଳ ନେବେ। ସେହିପରି ବରଗଡ଼ରେ ମଧ୍ୟ ତାତିଛନ୍ତି ଚାଷୀ। ସେମାନେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ କୌଣସି ସମାଧାନ ନ ବାହାରିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି।

ସମ୍ବଲପୁର , ବରଗଡ ଓ ବଲାଙ୍ଗୀରରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଗତ ୧୫ ତାରିଖରୁ ମଣ୍ଡି ଖୋଲିଲାଣି, ହେଲେ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି ହଜାର ହଜାର କୁଇଣ୍ଟାଲ୍ ଧାନ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ବିକ୍ରି କରୁନାହାନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ, ଟୋକନ୍ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରି ହୋଇପାରିବ । ଏଥର ଭଲ ଅମଳ ହୋଇଛି, ଏହି ବଳକା ଧାନକୁ କିପରି ବିକ୍ରି କରିବେ । ଏହାକୁ ନେଇ ସମ୍ବଲପୁର ଓ ପଦ୍ମପୁରରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ସେପଟେ ବରଗଡ଼ରେ ଟୋକନ୍ ମିଳି ନଥିବାରୁ ମଣ୍ଡିରେ ଧାନ ପଡି ରହିଥିବା ଦେଖିବାକୁ ମିଳିଛି ।

publive-image

ଅନ୍ୟପଟେ, ମଣ୍ଡି ଖୋଲିବା ପୂର୍ବରୁ ମିଲରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ଧାନ ଓ ଚାଉଳ ଭର୍ତି । ବଲାଙ୍ଗିରର ଜିଲ୍ଲାରେ ଜିଲ୍ଲାପାଳ ଡିଏଲପିସି ମିଟିଙ୍ଗରେ ନଭେମ୍ବର ୧୫ ଠାରୁ ଧାନ କିଣା ଦିନ ଧାର୍ଯ୍ୟ କରିଥିଲେ । ହେଲେ କିଛି ଅସାଧୁ ମିଲର୍ସ ପ୍ରଶାସନକୁ ହାତ କରି ନିଜ ଖରିଫ ଟାର୍ଗେଟ ୧୫ ତରିଖ ମଧ୍ୟରେ ସରକାରଙ୍କୁ ଦେଲା ପରେ ମଧ୍ୟ ଏବେ ତାଙ୍କ ମିଲଗୁଡ଼ିକରେ ଗଚ୍ଛିତ ହୋଇ ରହିଛି ବିପୁଳ ପରିମାଣର ଧାନ ଓ ଚାଉଳ । ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଗଲା ପରେ ମଧ୍ୟ ସେ ଏଥିପ୍ରତି ଧ୍ୟାନ ନଦେଇ ନାହାନ୍ତି ।

ମିଲର୍ସମାନେ ମଣ୍ଡି ସହାୟତାରେ ଚାଷୀମାନଙ୍କ ଠାରୁ ଧାନ କିଣନ୍ତି । ଏହି ଧାନକୁ ପ୍ରୋସେସ କରି ପୁଣି ଚାଉଳ ସରକାରଙ୍କୁ ଦେଇ ଥାନ୍ତି । ସରକାର ଏ ବର୍ଷ ଧାନ ପ୍ରତି କୁଇଣ୍ଟାଲ୍ ପିଛା ୧୮୧୫ ଟଙ୍କା ଧାର୍ଯ୍ୟ କରିଛନ୍ତି । ଚାଷୀମାନଙ୍କ ଠାରୁ ମାତ୍ର ୧୨୦୦ ଟଙ୍କା ପ୍ରତି କୁଇଣ୍ଟାଲ ଦେଇ ଆଗତୁରା କିଣି ମିଲରେ ମହଜୁତଦ ରଖିଥାନ୍ତି ଧାନ । ଏହାକୁ ସରକାରଙ୍କ ଦାମରେ ଦେଖାଇ ପରେ ପରେ ମାଲାମାଲ୍ ହୋଇଥାନ୍ତି । ଏହାରି ଭିତରେ ଚଳିତ ବର୍ଷ ମଣ୍ଡିରେ ଧାନ ବିକି ନ ପାରି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ବୋଲି ଆଶଙ୍କା କଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe