ଅମ୍ବାଭୋନା ବ୍ଳକ କାର୍ଯ୍ୟାଳୟରେ ଧାନବସ୍ତା ରଖି ତାଲା ପକାଇଲେ ଚାଷୀ

Advertisment
ଅମ୍ବାଭୋନା ବ୍ଳକ କାର୍ଯ୍ୟାଳୟରେ ଧାନବସ୍ତା ରଖି ତାଲା ପକାଇଲେ ଚାଷୀ

ଅମ୍ବାଭୋନା(ଚନ୍ଦ୍ରମଣି ବେହେରା ): ଧାନ ବିକ୍ରି ସମସ୍ୟା ନେଇ ଗତକାଲି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ଠାରେ ଚାଷୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ। କିନ୍ତୁ ପ୍ରଶାସନ କୌଣସି ସମାଧାନ ହୋଇପାରି ନଥିବାରୁ ପୁଣି ଆନ୍ଦୋଳନ କରିଛନ୍ତି। ଅମ୍ବାଭୋନା ବ୍ଳକ ଲାଲବାହାଦୂର ଶାସ୍ତ୍ରୀ କୃଷକ ସଂଗଠନର ଆହ୍ୱାନ କ୍ରମେ ଅମ୍ବାଭୋନା ବ୍ଳକ କାର୍ଯ୍ୟାଳୟରେ ଧାନ ବସ୍ତା ପକାଇ ତାଲା ପକାଇଛନ୍ତି। ତାଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଳକ ଅଫିସରେ ତାଲା ପକାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ଅମ୍ବାଭୋନା ବ୍ଳକର ବିଭିନ୍ନ ଧାନ ବିକ୍ରି କେନ୍ଦ୍ରରେ ୧୫ହଜାର କ୍ବିଣ୍ଟାଲ ଧାନ ଚାଷୀ ଖଳା ଓ ମଣ୍ତି ଗୋଦାମରେ ପଡ଼ି ରହିଛି। ସେହିପରି ଏଣ୍ଟ୍ରି ହୋଇଥିବା ୯୦ ଜଣ ଚାଷୀଙ୍କ ଟୋକନ ନାକଚ କରିଦେଇଛନ୍ତି। ତେବେ ନାକଚ ହୋଇଥିବା ଟୋକନଗୁଡ଼ିକ କାର୍ଯ୍ୟକ୍ଷମ କରାଯିବା ଏବଂ ଜାନୁଆରୀ ୧୫ତାରିଖ ପରେ ଆସିଥିବା ଟୋକନର ଧାନ ଏଣ୍ଟ୍ରି କରି ଆସନ୍ତା ୧୫ତାରିଖ ସୁଦ୍ଧା ମଣ୍ତି ଚାଲୁ ରହୁ ବୋଲି ଚାଷୀ ଦାବି କରି ବ୍ଳକ ଅଫିସରେ ତାଲା ପକାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe