୨୬ରେ ବରଗଡ଼ ଆସିବେ ରାଜ୍ୟପାଳ

Advertisment
ଅନେକତା ଭିତରେ ଏକତା ହିଁ ଭାରତୀୟତା: ରାଜ୍ୟପାଳ

Jagran

ବରଗଡ଼: ଆସନ୍ତା ୨୬ ତାରିଖ ରାଜ୍ୟପାଳ ରଘୁବର ଦାସ ବରଗଡ଼ ଜିଲ୍ଲା ଗସ୍ତ କରିବେ। ସେହିଦିନ ସକାଳୁ ସେ ବୁର୍ଲା ଅଶୋକ ନିବାସରୁ ସଡ଼କ ପଥରେ ସକାଳ ୯.୧୦ଟାରେ ଅତାବିରା ପହଞ୍ଚି ସେଠାରେ ଦୁର୍ଗାଶକ୍ତି ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବରଗଡ଼ ମିସନ ଶକ୍ତି କାଫେଠାରେ ପହଞ୍ଚି ସଦସ୍ୟାମାନଙ୍କ ସମାବେଶକୁ ସମ୍ବୋଧନ କରିବେ। ପରେ ଟୁକୁର୍ଲାସ୍ଥିତ ବିଜ୍ଞାନ କେନ୍ଦ୍ର ଏବଂ ନିର୍ମାଣାଧୀନ କ୍ୟାନ୍‌ସର୍‌ ହସ୍ପିଟାଲ୍‌ ବୁଲି ଦେଖିବେ। ସେଠାରେ ଡାକ୍ତରମାନଙ୍କ ସହ ଆଲୋଚନା କରିବେ।

ସେଠାରୁ ଗୋବିନ୍ଦପୁର, କେନ୍ଦପାଲି, ପେଟୁପାଲିରେ ସଂକ୍ଷିପ୍ତ ରହଣି ପରେ ଘେଁସ୍‌ ପିଏଚ୍‌ସି, ମେଲ୍‌ଛାମୁଣ୍ଡା ହାଇସ୍କୁଲ, ପଦ୍ମପୁର ମିସନ ଶକ୍ତି କାଫେ ଗସ୍ତ କରିବେ। ସେଠାରୁ ପାଇକମାଳ କସ୍ତୁରବା ଗାନ୍ଧୀ ନିକେତନ, ନୃସିଂହନାଥ ମନ୍ଦିର ଦର୍ଶନ ସାରି ବରଗଡ଼ ଫେରିବେ। ସେଠାରେ ରାତ୍ର ରହଣି ପରେ ୨୭ ତାରିଖ ସକାଳୁ ସଡ଼କ ପଥରେ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe