Advertisment

‘ମଳିମୁଣ୍ଡିଆ’ ଅପମାନସୂଚକ ଶବ୍ଦ ନୁହେଁ: ହଳଧର

Advertisment

ମନ୍ତ୍ରୀ କିଛି ଭୁଲ କହି ନାହାନ୍ତି: ଜିତେନ୍ଦ୍ର ହରିପାଲ

ମନ୍ତ୍ରୀ କିଛି ଭୁଲ କହି ନାହାନ୍ତି: ଜିତେନ୍ଦ୍ର ହରିପାଲ

ମହିଳା ଓକିଲଙ୍କ କ୍ୱ‌ାରାଣ୍ଟିନ୍‌କୁ ନେଇ ବିବାଦ : ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ମାମଲା

The Hindu

ବରଗଡ଼/ସମ୍ବଲପୁର : ‌କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ମଳିମୁଣ୍ଡିଆ’ ଟିପ୍ପଣୀକୁ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଅତି ସହଜ ଭାବେ ନେଇଛନ୍ତି। ‘ମଳିମୁଣ୍ଡିଆ’ ଏକ ଅପମାନସୂଚକ ଶବ୍ଦ ନୁହେଁ ବୋଲି ଶ୍ରୀ ନାଗ କହିଛନ୍ତି। ସେ କହିଛନ୍ତି, ମଳିମୁଣ୍ଡିଆ, ଖଟିଖିଆ.. ଏଭଳି ଶବ୍ଦ ପୁସ୍ତକ ଏବଂ ସବୁ କିସମର ସାହିତ୍ୟରେ ବ୍ୟବହାର ହେଉଛି। ମୁଁ (ହଳଧର) ଅସଲରେ ମଳିମୁଣ୍ଡିଆ। ତେଣୁ ଏହା ବାବଦରେ କିଏ କହିଲେ କିଛି ଖରାପ ଭାବିବା କଥା ନୁହେଁ। ଧର୍ମେନ୍ଦ୍ର ବାବୁ ମତେ କେବେ ଅସମ୍ମାନ କରିନାହାନ୍ତି କି ଆଗକୁ ବି କରିବେନି। ସେ ବ୍ୟକ୍ତିଗତ ଭାବେ ବୁଧବାର ଅପରାହ୍‌ଣରେ ଫୋନ୍‌ କରିଥିଲେ। ଦୁଃଖସୁଖ କଥା ହେଲୁ। କିନ୍ତୁ ଏସବୁ କଥା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ଉଚିତ ନୁହେଁ ବୋଲି ଶ୍ରୀ ନାଗ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ ବିଜେପିର ଭର୍ଚୁଆଲ ରାଲିରେ ଭାଷଣ ଦେବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ଓ ଓଡ଼ିଶାର ଗରିବ ଓ ନିଷ୍ପେସିତଙ୍କ ଲାଗି କେନ୍ଦ୍ରର ବିଜେପି ସରକାର କରିଥିବା କାର୍ଯ୍ୟର ଦୃଷ୍ଟାନ୍ତ ଦେବା ସମୟରେ ହଳଧର ନାଗଙ୍କ ପରି ମଳିମୁଣ୍ଡିଆ ଲୋକଙ୍କୁ ମଧ୍ୟ ତାଙ୍କ ସରକାର ପଦ୍ମ ପୁରସ୍କାର ପ୍ରଦାନ କରି ଓଡ଼ିଆ ଜାତିକୁ ସମ୍ମାନିତ କରିଥିବା କଥା କହିଥିଲେ। ମନ୍ତ୍ରୀଙ୍କ ଏହି ମଳିମୁଣ୍ଡିଆ ଶବ୍ଦକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିଲା। ମଳିମୁଣ୍ଡିଆ କହି ହଳଧରଙ୍କୁ ଧର୍ମେନ୍ଦ୍ର ଅପମାନିତ କରିଛନ୍ତି ବୋଲି କିଛି ସମାଲୋଚକ ମତ ଦେଇଥିଲେ। ମାତ୍ର ନିଜେ ପଦ୍ମଶ୍ରୀ ଶ୍ରୀ ନାଗ ଏ ନେଇ ଆଦୌ ଅପମାନିତ ଅନୁଭବ କରିନାହାନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।

ସେହିପରି ସମ୍ବଲପୁରର ବିଶିଷ୍ଟ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ମଧ୍ୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଭୁଲ କହିନାହାନ୍ତି ବୋଲି ମତ ଦେଇଛନ୍ତି। ‘ସମ୍ବାଦ’କୁ ଏ ସଂପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ହରିପାଲ କହିଛନ୍ତି ଯେ ଗରିବ ନିଷ୍ପେସିତ, ନିର୍ଯାତିତ ଲୋକମାନଙ୍କୁ ମଳିମୁଣ୍ଡିଆ କହାଯାଏ। ଆମେ ପ୍ରକୃତରେ ସେହି ମଳିମୁଣ୍ଡିଆ। ହଳଧର ନାଗ ଜଣେ ମଳିମୁଣ୍ଡିଆ ମଣିଷ। ମୁଁ ବି ମଳିମୁଣ୍ଡିଆ। ଆମେ ଯେଉଁ ଲୋକ କଳାକାରମାନେ ଅଛୁ ସମସ୍ତେ ପ୍ରକୃତରେ ମଳିମୁଣ୍ଡିଆ। ଏଭଳି ଲୋକମାନଙ୍କୁ ପଦ୍ମଶ୍ରୀ ଭଳି ଉପାଧିରେ ଭୂଷିତ କରାଗଲା ବୋଲି ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି କିଛି ଭୁଲ କହି ନାହାନ୍ତି। ଏହି ମଳିମୁଣ୍ଡିଆ ଲୋକଙ୍କ ଗୁଣକୁ ଚିହ୍ନି ଭାରତ ସରକାର ପଦ୍ମଶ୍ରୀ ଦେଲେ। ସେମାନଙ୍କ ପାଇଁ ଆହୁରି କିଛି ବ୍ୟବସ୍ଥା ହେବା କଥା ବୋଲି କହିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ହରିପାଲ ପ୍ରଶଂସା କରିଛନ୍ତି। କୌଣସି ଖରାପ ଭାବନା ନେଇ କେନ୍ଦ୍ରମନ୍ତ୍ରୀ କାହାକୁ ଆକ୍ଷେପ କଲା ଭଳି କିଛି କହି ନାହାନ୍ତି ବୋଲି ଶ୍ରୀ ହରିପାଲ ମତ ଦେଇଛନ୍ତି।

ଧର୍ମେନ୍ଦ୍ର କ୍ଷମା ମାଗନ୍ତୁ: ଦେବେଶ
ବରଗଡ଼ : ପଦ୍ମଶ୍ରୀ ହଳଧର ନାଗଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ମଳିମୁଣ୍ଡିଆ ଶବ୍ଦକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ତୀବ୍ର ନିନ୍ଦା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଟିପ୍ପଣୀ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ପ୍ରତି କୁଠାରଘାତ। ଜଣେ ପଦ୍ମଶ୍ରୀ ଉପାଧିପ୍ରାପ୍ତ ବ୍ୟକ୍ତିଙ୍କୁ ମଳିମୁଣ୍ଡିଆ ବୋଲି କହିବା କେଉଁ ମାନସିକତା ବୁଝା ପଡ଼ୁନାହିଁ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe