ପୁରୀ: ଧନୁଯାତ୍ରା ସାରି ପୁରୀରେ ପହଞ୍ଚିି କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ ମହୋଦଧିରେ ପାପ ଧୋଇଛନ୍ତି। ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ମହୋଦଧିରେ ସ୍ନାନ କରିବା ପରେ ସେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ଶ୍ରୀଜିଉଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ କରିଛନ୍ତି ହୃଷିକେଶ ଭୋଇ।
ଗତକାଲି ଥିଲା ଧନୁଯାତ୍ରାର ଶେଷ ଦିନ। କଂସ ବଧ ସହ ଉଦଯାପିତ ହୋଇଛି ୭୬ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ ସହ କଂସ ବଧ ହୋଇଥିଲା। ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ୧୧ ଦିନ ଧରି ଚାଲିଥିବା ଏହି ମହାନାଟକ ଶେଷ ହୋଇଛି।
Follow Us