ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଲୁପୁରସିଂହାରେ ମଙ୍ଗଳବାର ସକାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳ ୭ଟାରେ ଲୁପୁରସିଂହାରୁ ଶ୍ରୀରାମ ନଗର ରାସ୍ତାରେ ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି।
ହତ୍ୟା କରିଥିବା ବ୍ୟକ୍ତି ରେଙ୍ଗାଲୀ ପାଲି ଗ୍ରାମର ଗୁଡୁ ସିଂ(୪୦) ବୋଲି ଜଣାଯାଇଛି। ଏଣେ ମୃତକ ମହିଳା ଜଣଙ୍କ ତାର ସ୍ତ୍ରୀ ଲୁପୁରସିଂହା ଗ୍ରାମର ନୁରାବତୀ ପେରା(୩୨) ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
Follow Us