ଖେଳୁଥିବା ସମୟରେ ୯ ବର୍ଷର ନାବାଳକ ଦେହରେ ପଶିଲା ଲୁହାଛଡ଼, ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି

Advertisment
ଖେଳୁଥିବା ସମୟରେ ୯ ବର୍ଷର ନାବାଳକ ଦେହରେ ପଶିଲା ଲୁହାଛଡ଼, ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି

ବରଗଡ଼: ଖେଳୁଥିବା ସମୟରେ ୯ ବର୍ଷର ନାବାଳକ ଦେହରେ ପଶିଲା ଲୁହାଛଡ଼। ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାକୁ ବରଗଡ଼ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ନାବାଳକର ଅବସ୍ଥା ଗୁରୁତର ଥିବାରୁ ଏବଂ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଆଇସିୟୁର ବ୍ୟବସ୍ଥା ନଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇ ଦେଇଛନ୍ତି।

ଗୁରୁତର ଥିବା ନାବାଳକ ଭଟଲିର ଜୀବନ ପାତିକାର ବୋଲି ଜଣାପଡ଼ିଛି। ଆଜି ସକାଳେ ସେ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଏକ ଲୁହାଛଡ଼ ଉପରେ ପଡ଼ି ଯାଇଥିଲେ। ଏହାଫଳରେ ଛଡ଼ଟି ପିଠି ପଟ ଦେଇ ଶରୀର ଭିତରକୁ ଚାଲି ଯାଇଥିଲା। ତେବେ ତାଙ୍କର ଉତ୍ତମ ଚିକିତ୍ସା କରି ଭଲ କରିଦେବାକୁ ପିଲାଟିର ମାଆ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe