ବୀମାରାଶି ପ୍ରଦାନ ଦାବି: ପଦ୍ମପୁରରେ ଚାଷୀଙ୍କ ଜେଲ ଭରୋ ଆନ୍ଦୋଳନ

Advertisment
ବୀମାରାଶି ପ୍ରଦାନ ଦାବି: ପଦ୍ମପୁରରେ ଚାଷୀଙ୍କ ଜେଲ ଭରୋ ଆନ୍ଦୋଳନ

ବରଗଡ଼: ବରଗଡ଼ ଜିଲ୍ଲାର ଚାଷୀମାନେ ଆଜି ଜେଲ ଭରୋ ଆନ୍ଦୋଳନର ଧମକ ଦେଇ ପଦ୍ମପୁର ତହସିଲଦାରଙ୍କୁ ତାଲା ପକାଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ୨୦୨୧ର ମରୁଡ଼ି ସହାୟତା, ବୀମାରାଶି ପ୍ରଦାନ ଦାବିରେ ବରଗଡ଼ ରାଜବୋଡ଼ାସମ୍ବର କୃଷକ ସଂଗଠନର ହଜାର ହଜାର ଚାଷୀ ଏକାଠି ହୋଇ ପଦ୍ମପୁର ପଦ୍ମପୁର ଉପଖଣ୍ଡର ସରକାରୀ କଳକୁ ଅଚଳ କରିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ, ତହସିଲ ଅଫିସ, ବ୍ଲକ ଅଫିସ ଓ ସରକାରୀ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଆନ୍ଦୋଳନରତ ଚାଷୀ। ଖରିଫ, ମରୁଡ଼ି ସହାୟତା ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

publive-image
ପଦ୍ମପୁର ଉପଖଣ୍ଡର ପ୍ରାୟ ୬୩ ହଜାର ଚାଷୀ ନିଜର ବୀମାରାଶି ପାଇନାହାନ୍ତି। ସେମାନେ ପ୍ରଶାସନକୁ ଜଣାଇଲେ ବି କିଛି ସୁଫଳ ମିଳିନାହିଁ। ଏହି କାରଣରୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବାରମ୍ବାର ଦାବି ପରେ ସରକାର କେବଳ ପ୍ରତିଶ୍ରୁତି ଦେଉଛନ୍ତି। ବୀମା କମ୍ପାନିକୁ ବଞ୍ଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ। ଏଣେ କିଛି ଦିନ ତଳେ ବରଗଡ଼ ଏସପି ଜେଲ ଭରୋ ଆନ୍ଦୋଳନରୁ କ୍ଷାନ୍ତ ରହିବା ଲାଗି ଅନୁରୋଧ କରିଥିଲେ। ମାତ୍ର ତାକୁ ଅଗ୍ରାହ୍ୟ କରି ଆଜି ପଦ୍ମପୁର ଉପଖଣ୍ଡର ହଜାର ହଜାର ଚାଷୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe