ବରଗଡ଼: ଗାଇସିଲଟ ଥାନା କୁଦଲା ଗାଁରେ ଗତମାସ ୧୧ ତାରିଖ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ସହ ତାଙ୍କ ଘରପୋଡ଼ି ଭଳି ସମ୍ବେଦନଶୀଳ ଘଟଣା ଘଟିଥିଲା। ଏହି ମାମଲାରେ ପ୍ରଶାସନର ନିଷ୍କ୍ରିୟତା ଦେଖାଇଥିବା ଅଭିଯୋଗ କରି ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି। ପୁଲିସ୍ ଏଯାଏ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ଆହୁରି ୫ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ ସହ ପୀଡ଼ିତାଙ୍କୁ ସୁରକ୍ଷା ଓ କ୍ଷତିପୂରଣ ଦାବିରେ ଶୁକ୍ରବାର ବହୁଜନ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା।
ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ମଞ୍ଚର ହଜାର ହଜାର ମହିଳା, ପୁରୁଷ ସମବେତ ହୋଇଥିଲେ। ସେଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଏସ୍ପିଙ୍କ ଅଫିସକୁ ଯାଇଥିଲେ। ଏସ୍ପି ରାହୁଲ ଜୈନଙ୍କୁ ଏକ ପ୍ରତିନିଧି ଦଳ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ପରେ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ। ରାଜ୍ୟର ବିଭିନ୍ନ ସଂଗଠନ ଏହି ବିରାଟ ଶୋଭାଯାତ୍ରାରେ ସାମିଲ ରହି ଦାବି ଉପସ୍ଥାପନ କରିଥିଲେ।
Follow Us