କୁକୁର ହାବୁଡ଼ରୁ ସମ୍ବର ଉଦ୍ଧାର

Advertisment
କୁକୁର ହାବୁଡ଼ରୁ ସମ୍ବର ଉଦ୍ଧାର

ଅମ୍ବାଭୋନା: ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ସମ୍ବରଦରହା ସ୍ଥିତ ତେତେଲଦରହା ଠାରେ ଗୁରୁବାର ସଂଧ୍ୟାରେ ବୁଲା କୁକୁରଙ୍କ ହାବୁଡ଼ରୁ ଗୋଟିଏ ବାଟବଣା ସମ୍ବରକୁ ଲୋକ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଖୋଲା ଗ୍ରାମରୁ ଗୋବିନ୍ଦ ଦେହେରୀ ବେନିଆଁପାଲ ଫେରୁଥିବା ବେଳେ ହଠାତ୍ ସମ୍ବରକୁ ବୁଲା କୁକୁର ମାନେ ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ। ସମ୍ବରକୁ ଉଦ୍ଧାର କରି ଲେଲେହର ଗ୍ରାମବାସୀ ବନବିଭାଗ କୁ ହସ୍ତାନ୍ତର କରିଥିଲେ। ପରେ ଭଟଲି ରେଞ୍ଜ ଅନ୍ତର୍ଗତ ସମ୍ବରଦରହା ସେକ୍ସନ ଓ ଅମ୍ବାଭୋନା ସେକ୍ସନ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଆହତ ସମ୍ବରର ଚିକିତ୍ସା କରାଯାଉଛି। ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe