ବରଗଡ଼: ଭଟଲି ଥାନା ଅନ୍ତର୍ଗତ ବିଭିନ୍ନ ଗାଁର ନିର୍ମାଣ ଶ୍ରମିକମାନେ ନିଜ ହକ୍ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୦୯ ମସିହାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ତାଲିମପ୍ରାପ୍ତ ନିର୍ମାଣ ଶ୍ରମିକମାନେ ପଞ୍ଜିକୃତ ହୋଇଛନ୍ତି। ୨୦୧୫ ମସିହାରେ ତରାଜୁଂଗାଠାରେ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଦକ୍ଷତା ବୃଦ୍ଧି ତାଲିମ ଶିବିରରେ ସମସ୍ତେ ତାଲିମ ନେଇଥିଲେ। ୧୫ ଦିନର ତାଲିମ ବାବଦକୁ ଶ୍ରମିକଙ୍କୁ ୩ହଜାର ଟଙ୍କା, ପ୍ରମାଣପତ୍ର ଏବଂ ଯନ୍ତ୍ରପାତି ଦେବା କଥା। ହେଲେ ଦୀର୍ଘ ୨ବର୍ଷ ବିତି ଯାଇଥିଲେ ହେଁ କାହାରିକୁ ଟଙ୍କା ମିଳିନାହିଁ। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ତୁରନ୍ତ ଟଙ୍କା ପୈଠ କରିବାକୁ ସୁବାସ ବେହେରା, ଶକୁନ୍ତଳା ସିଂ, ସନ୍ତୋଷ ଭୋଇ, ପଞ୍ଚମ ପ୍ରଧାନ, ନରେନ୍ଦ୍ର କୁମ୍ଭାର, ଇଶ୍ୱର ସୁନା ଏବଂ ଅନ୍ୟମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନକୁ ଓହ୍ଲାଇଛନ୍ତି।
ହକ୍ ପାଇଁ ତାତିଲେ ନିର୍ମାଣ ଶ୍ରମିକ
Advertisment
Follow Us