ନଦୀରୁ ପଦ୍ମପୁର ମହିଳା ମହାବିଦ୍ୟାଳୟର କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Advertisment
ନଦୀରୁ ପଦ୍ମପୁର ମହିଳା ମହାବିଦ୍ୟାଳୟର କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Sambad

ବରଗଡ଼: ଭାସମାନ ଅବସ୍ଥାରେ ପଦ୍ମପୁର ମହିଳା ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଦ୍ମପୁର ମହିଳା ମହାବିଦ୍ୟାଳୟର କର୍ମଚାରୀ ଗଣପତି ବେହେରାଙ୍କ ମୃତଦେହ ରଜାପଡ଼ା ସ୍ଥିତ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ନଦୀକୁ ଶୌଚ ହେବାକୁ ଯାଇଥିବା ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଶବକୁ ପାଣିରୁ ବାହାର କରିଥିଲେ।

ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଲୋକେ ତାଙ୍କୁ ପଦ୍ମପୁର ମହିଳା ମହାବିଦ୍ୟାଳୟର କର୍ମଚାରୀ ଗଣପତି ବେହେରା ବୋଲି ଚିହ୍ନଟ କରିଥିଲେ। ଗଣପତି ବେହେରା ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ବରିକେଲା ଗାଁର ବାସିନ୍ଦା। ତେବେ ତାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ପଦ୍ମପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe