ବାରହା ମାଂସ ଭାବି ଖାଇଗଲେ କୁକୁର!

Advertisment
ବାରହା ମାଂସ ଭାବି ଖାଇଗଲେ କୁକୁର!

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବାଘମୁଣ୍ଡା ପଞ୍ଚାୟତ ଜୟପୁରର ଏକ ପଡ଼ାରେ ଜଣେ ବ୍ୟକ୍ତି କୁକୁର ମାରି ବାରହା ମାଂସ ବୋଲି ତାକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସେହି ମାଂସକୁ କିଛି ଲୋକ ଖାଇଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରୁଛି ଲଖନପୁର ପୁଲିସ୍‌। ଶୁକ୍ରବାର ମାଂସ ଖାଇଥିବା ସଂପୃକ୍ତ ଲୋକମାନେ ଥାନାକୁ ଆସିଥିଲେ। ଫଳରେ ପୁଲିସ ମାଂସ ବିକ୍ରି କରିଥିବା ବ୍ୟକ୍ତିକୁ ମଧ୍ୟ ଥାନାକୁ ଡକାଇଥିଲା। ଆଇଆଇସି ବି. ସେଟ କହିଛନ୍ତି ଯେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଛି। ସେମାନେ ଫେରି ଯାଇଛନ୍ତି। ଅଭିଯୋଗର ସତ୍ୟତା ଉପରେ ପୁଲିସ ତଦନ୍ତ ଜାରି ରଖିଛି। ଜୟପୁରର ଗିରିପଡ଼ାରେ ଏହି ଘଟଣା ଘଟିଥିବା ବେଳେ ଫେସବୁକ ଜରିଆରେ କୁକୁରର ମୁଣ୍ଡ, ଗୋଡ଼ ଆଦିର ଫଟୋ ଭାଇରାଲି ହୋଇସାରିଛି। ତେବେ, ଘଟଣାଟି ତଦନ୍ତସାପେକ୍ଷ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe