ବରଗଡ଼: ଆଜି ପାଇକମାଲ ରାସ୍ତା ମାଝିପାଲି ଛକରେ ତିନୋଟି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି , ଯେଉଁଥିରେ ଜନସାଧାରଣ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ କୁହାଯାଇଛି। ମାଝିପାଲି ଛକ ନିକଟର ବିଜୁ ଏକ୍ସପ୍ରେସୱେ ଏହି ତିନୋଟି ବ୍ୟାନର ଲାଗିଥିବା ବେଳେ ମାଓବାଦୀ ବିବିଏମ୍ ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଥିବା ଲେଖା ହୋଇଛି।
ପଞ୍ଚାୟତ ନିର୍ବାଚନ ଆସିବା ମାତ୍ରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କଲେଣି। ଆଜି ସକାଳୁ ଲୋକେ ଏହି ବ୍ୟାନର ଦେଖିବାକୁ ପାଇଛନ୍ତି। ରାତିରେ ଏହି ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି।
Follow Us