ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ମେଲଛାମୁଣ୍ଡା: ଜଣେ ୧୨ବର୍ଷର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମେଲଛାମୁଣ୍ଡା ପୁଲିସ୍‌ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଅମାମୁଣ୍ଡା ଗାଁର ହିମାଂଶୁ ଦାଶ (୪୮)। ପୀଡ଼ିତା ଜଣକ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ବୁଧବାର ସକାଳ ପ୍ରାୟ ୭ଟା ବେଳେ ପୀଡ଼ିତାଙ୍କ ବାପା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ। ମା’ ଗାଧେଇବାକୁ ବାହାରିଥିଲେ। ଏତିକି ବେଳେ ପଡ଼ୋଶୀ ହିମାଂଶୁ ଘରେ ପହଂଚିଥିଲା। ଘରେ ଏକୁଟିଆ ଥିବା ଦେଖି ନାବାଳିକାଙ୍କୁ ସେ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲା। ବାପା ଘରେ ପହଂଚିବା ବେଳେ ଝିଅ କାନ୍ଦୁଥିବା ଦେଖି କାରଣ ପଚାରିଲେ। ପରେ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe