ଦେବଗଡ଼: କଣ୍ଟାପାଲି ପଞ୍ଚାୟତର ତାଳଖଳି ଗ୍ରାମରୁ ସୁଶୀଳା କିଷାନ (୩୮) ଚାରି ଦିନ ହେଲା କେଉଁଆଡ଼େ ନିଖୋଜ ହୋଇଯାଇଥିବା ବେଳେ ମଙ୍ଗଳବାର ଦେବଗଡ଼ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଛି। ଗାଁର କୁହ୍ଲ କିଷାନ ଦେଇଥିବା ଏତଲା ଅନୁସାରେ ତାଙ୍କ ପତ୍ନୀ ସୁଶୀଳା ଗତ ଶନିବାର କାହାକୁ କିଛି ନ ଜଣାଇ କେଉଁଆଡ଼େ ଚାଲି ଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଶେଷରେ ନିରାଶ ହୋଇ ସେ ଥାନାରେ ଏତଲା ଦେଇଥିବା କୁହ୍ଲ ଦର୍ଶାଇଛନ୍ତି। ସୁଶୀଳ କୁଆଡ଼େ ଯାଇଛନ୍ତି ଏବଂ କେଉଁ ପରିସ୍ଥିତିରେ ନିଖୋଜ ହୋଇଛନ୍ତି ସେ ବିଷୟରେ ଜଣାପଡ଼ି ନଥିବା ବେଳେ ପୁଲିସ୍ ଅନୁସଂଧାନ ଜାରି ରହିଛି।
ମହିଳା ନିଖୋଜ
Advertisment
Follow Us