ଦ୍ବିତୀୟ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଗିରଫ

Advertisment
୪ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ

new-indian-express

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଧୀନସ୍ଥ ଭେଉଁରିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଥମ ପତ୍ନୀର ଆତ୍ମହତ୍ୟା ପରେ ଦ୍ବିତୀୟ ପତ୍ନୀଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ, ଭେଉଁରିଆ ଗ୍ରାମର ବୁଦ୍ଧରାଜ ସାହୁ (ମିଲୁ) ପ୍ରଥମେ ଝାରବନ୍ଧ ଗ୍ରାମର ଦେବକୀଙ୍କୁ ବିବାହ କରିଥିଲେ। ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବାରୁ ସେ ଆତ୍ମହତ୍ୟା କରିଥିଲେ। ତେଣୁ ମିଲୁ ଜଗଦଲପୁର ଥାନା ଅଧୀନସ୍ଥ କୁମୀର ଗ୍ରାମର ମମତା ସାହୁଙ୍କୁ ୨୦୨୨ରେ ଦ୍ବିତୀୟ ବିବାହ କରିଥିଲା। ଅକଥନୀୟ ଅତ୍ୟାଚାର ସହ ତାର ସ୍ବାମୀ ତାକୁ ବଳପୂର୍ବକ ବିଷ ପିଆଇ ଥିବାରୁ ତାର ମୃତ୍ୟୁ ହୋଇଥିବା ମମତାଙ୍କ ଭାଇ ମୁକେଶ ସାହୁ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ମମତା ନାଏକ ଘଟଣାର ତଦନ୍ତ କରି କେସ୍ ନମ୍ବର ୨୨୯/୨୦୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ମିଲୁକୁ କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe