ପୁତୁରାର ଟାଙ୍ଗିଆ ଚୋଟରେ ଗଲା କାକାଙ୍କ ଜୀବନ

Advertisment
ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

The Express Tribune

ଭଟଲି: ବରଗଡ଼ ଜିଲ୍ଲା ଭଟଲି ଥାନା ଅଧୀନ ନଲିଚୁଆଁ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ପିଣ୍ଟୁ ଖଡିଆ ନାମକ ଯୁବକର ଟାଙ୍ଗିଆ ଚୋଟରେ ବିଜୟ ଖାଡିଆ(୩୫)ଙ୍କ ମୃତ୍ୟୁ ଘଟିଛି। ପୁଲିସ ଅଭିଯୁକ୍ତ ପିଣ୍ଟୁଙ୍କୁ ଗିରଫ କରି ଅଧିକ ପଚରାଉଚରା ଚଲାଇଛି। ଉଭୟ ସଂପର୍କରେ କାକା-ପୁତୁରା ଥିବା ସୂଚନା ମିଳିଛି ।
ଘଟଣାରୁ ପ୍ରକାଶ ଯେ, ନଲିଚୁଆଁରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ପାଇ ପୁଲିସ ପହଞ୍ଚିଥିଲା । ଦିନ ପ୍ରାୟ ୧୦ଟାରୁ୧୧ଟା ଭିତରେ ଏହି ଘଟଣା ଘଟିଥିଲା । ପୁଲିସ ସାଇଣ୍ଟିଫିକ ଟିମ ନେଇ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ତେବେ ଭଟଲି ଥାନାଧିକାରୀଙ୍କ କହିବାନୁସାରେ ପିଣ୍ଟୁ ଗାଁରେ ବିଭିନ୍ନ ଲୋକଙ୍କୁ ମାଟ୍‌ପିଟ୍‌ କରୁଥିଲା। ସେଥିପାଇଁ ସେ ଗାଁରୁ କିଛି ଦୂରରେ ଘର କରି ରହୁଥିଲା। ଆଜି ବିଜୟ ଉକ୍ତ ସ୍ଥାନକୁ ଯିବାରୁ କାହିଁ ଆସିଛୁ ବୋଲି କହି କାକାଙ୍କୁ ଆକ୍ରମଣ କରିଥିଲା। ଏଥିରେ କାକାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe