prameyanews7.com
ବରଗଡ଼: ଟାଣୁଆ ନେତା ତଥା ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ କଂଗ୍ରେସ ଦଳରୁ ଇସ୍ତଫା ପରେ କେଉଁ ଦଳକୁ ଯିବେ ସେନେଇ ଚର୍ଚ୍ଚା ଲାଗି ରହିଥିଲା। ଯାହାର ଆଜି ଅନ୍ତ ଘଟିଛି। ବିଜେପି ଦଳରେ ସାମିଲ ହେବେ ବୋଲି ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ନିହାର ମହାନନ୍ଦ। ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ନିହାର ଆଜି ଭୁବନେଶ୍ବର ଯାଇ ବିଜେପି ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ନୀହାର କଂଗ୍ରେସ ଛାଡ଼ିବା ପରେ ଗଣମାଧ୍ୟମକୁ କହିଥିଲେ ସମର୍ଥକ ଯାହା କହିବେ, ସେ ସେହି ନିଷ୍ପତ୍ତି ନେବେ। କିନ୍ତୁ ନିହାରଙ୍କ ହାବଭାବରୁ ଜଣାପଡ଼ୁଥିଲା ସେ ବିଜେପିରେ ଯୋଗଦେବେ।
ଏସ୍ପି କାର୍ଯ୍ୟାଳୟ ଆଗରେ ବିଜେପି ନେତାଙ୍କ ସହ ଧାରଣାରେ ବସିବା ନେଇ ଅନୁମାନ କରାଯାଇଥିଲା। ଯାହା ଆଜି ସତ ହେବାକୁ ଯାଉଛି। ନିହାର ବିଜେପିରେ ସାମିଲ ହୋଇ ଅତାବିରା ବିଧାନସଭା ପାଇଁ ଟିକେଟ ପାଇବା ଆଶାରେ ଥିବା ରାଜନୈତିକ ସମୀକ୍ଷା କହୁଛନ୍ତି। ଅପକ୍ଷରପକ୍ଷରେ ବିଜେପି ଟିକେଟ ପାଇଁ ମାଳମାଳ ଆଶାୟୀ ଅଛନ୍ତି।
Follow Us