ଘର ଉପରେ ଚଢ଼ିଗଲା କଣ୍ଟେନର୍‌; ଜଣେ ମୃତ, ୨ ଗୁରୁତର

ବରଗଡ଼ ସଦର ଥାନା ଅନ୍ତର୍ଗତ ତୁରୁଙ୍ଗା ଛକରେ ଅଭାବନୀୟ ଘଟଣା ଘଟିଛି। ଏକ କଣ୍ଟେନର ରାସ୍ତା ପାର୍ଶ୍ବରେ ଥିବା ଏକ ଆଜବେଷ୍ଟର୍ସ ଘର ଉପରକୁ ମାଡ଼ି ଯାଇଛି। ଏଥିରେ ଘର ଭିତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି।

f2efee0d-4342-4b87-bf8f-8a30200ebe7c

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ତୁରୁଙ୍ଗା ଛକରେ ଅଭାବନୀୟ ଘଟଣା ଘଟିଛି। ଏକ କଣ୍ଟେନର ରାସ୍ତା ପାର୍ଶ୍ବରେ ଥିବା ଏକ ଆଜବେଷ୍ଟର୍ସ ଘର ଉପରକୁ ମାଡ଼ି ଯାଇଛି। ଏଥିରେ ଘର ଭିତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ନାମ ଅମ୍ବିକା ତାଣ୍ଡି ବୋଲି ପୁଲିସ ସୂଚନା ଦେଇଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଲୋକେ ବରଗଡ଼ରୁ ସୋହେଲା ଛତିଶଗଡ଼ ରାସ୍ତା ଅବରୋଧ କରିଥିଲେ। ସଦର ଥାନା ପୁଲିସ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ରାତି ପାଖାପାଖି ୧୧ଟାରେ ରାସ୍ତା ଅବରୋଧ ହଟିଥିବା ସୂଚନା ମିଳିଛି।

ତେବେ କଣ୍ଟେନରଟି ରାୟପୁରରୁ ବରଗଡ଼ ଅଭିମୁଖେ ଆସୁଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଗାଡ଼ି ଡ୍ରାଇଭର ମଦପିଇ ଘର ଉପରକୁ ଚଢ଼ାଇ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe