ଅମ୍ବାଭୋନା: ଅମ୍ବାଭୋନା ଥାନା ଅନ୍ତର୍ଗତ ବଡ଼ମାଲ ପାଖରେ ଏକ ଟ୍ରାକ୍ଟର ଓଲଟି କୁସ୍ମୁଦା ଗ୍ରାମର ହୃଦାନନ୍ଦ ନାଏକ(୨୦)ଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ତାଙ୍କ ସହିତ ଥିବା ଶ୍ରମିକ ଭରତ କେଡିଆ (୨୫) ଆହତ ହୋଇଛନ୍ତି। ରାତିରେ ଘଟିଥିବା ଏହି ଦୁର୍ଘଟଣାର ଖବର କୌଣସି ସୂତ୍ରରୁ ପାଇ ଗ୍ରାମବାସୀମାନେ ଘଟଣାସ୍ଥଳକୁ ପହଂଚି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଅମ୍ବାଭୋନା ପୁଲିସ୍ ଟ୍ରାକ୍ଟରକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଥିଲେ।
ଟ୍ରାକ୍ଟର ଓଲଟି ଜଣେ ମୃତ
Advertisment
Follow Us