ବରଗଡ଼: ବରଗଡ଼ ଜିଲ୍ଲାରେ ଅଂଶୁଘାତ ପୁଣି ଏକ ମୁଣ୍ଡ ନେଇଛି। ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାରେ ବର୍ଷା ହୋଇଥିଲେ ହେଁ ଦିନ ତମାମ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଲାଗି ରହିଥିଲା। ପ୍ରଚଣ୍ଡ ଖରା ଯୋଗୁଁ ଟାଉନ ଥାନା ଅନ୍ତର୍ଗତ ଡାଙ୍ଗ ଗ୍ରାମର ଇନ୍ଦ୍ରଜିତ ଭୁଏଙ୍କ ପୁଅ ପୁସ୍ତମ ଭୁଏ (୪୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୁସ୍ତମ ଦିନ ମଜୁରିଆ ଭାବେ କାମ କରନ୍ତି। ଆଜି ସେ ତାଙ୍କ ଶ୍ୱଶୁର ଘର ଭଟଲି ଥାନା ଅନ୍ତର୍ଗତ ମୁରୁମକଲେ ଗ୍ରାମକୁ ଯାଇ ମୂଲ ଲାଗିଥିଲେ। ପ୍ରବଳ ଖରାରେ କାମ କରିବା ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ଲାଗି ତାଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁସ୍ତମଙ୍କ ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ଦୁଇ ଦିନରେ ଦୁଇଟି ଅଂଶୁଘାତ ମୃତ୍ୟୁ ମାମଲା ସାମନାକୁ ଆସିଛି। ସୋମବାର ବରହାଗୋଡ଼ା ପଞ୍ଚାୟତ ଆମ୍ବସଢା ଗାଁର ତଜେ ଦେହେରୀ (୫୨) ଅଂଶୁଘାତରେ ପ୍ରାଣ ହରାଇଥିଲେ।
ପୁଣି ଅଂଶୁଘାତରେ ଜଣେ ମୃତ
Advertisment
Follow Us