୪୮ ଘଣ୍ଟା ପାଇଁ ପାଇକମାଲ ବନ୍ଦ: ବ୍ୟବସାୟ ଠପ୍, ଗାଡ଼ି ଚଳାଚଳ ସ୍ୱାଭାବିକ

Advertisment
୪୮ ଘଣ୍ଟା ପାଇଁ ପାଇକମାଲ ବନ୍ଦ: ବ୍ୟବସାୟ ଠପ୍, ଗାଡ଼ି ଚଳାଚଳ ସ୍ୱାଭାବିକ

ବରଗଡ଼: ଚାରି ଦଫା ଦାବି ନେଇ ଆଜିଠାରୁ ୪୮ ଘଣ୍ଟା ଅର୍ଥାତ ଆସନ୍ତା ଦୁଇ ଦିନ ପାଇଁ ପାଇକମାଲ ବନ୍ଦ ଡାକରା ଦିଆଯାଇଛି। ପାଇକମାଲ ବନ୍ଦକୁ ସ୍ୱତଃ ସମର୍ଥନ ମିଳିଥିବାର ପରିଲକ୍ଷିତ ହେଉଛି। ଏହାଫଳରେ ପାଇକମାଲ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। ଅତ୍ୟାବଶ୍ୟକୀୟ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ଗତକାଲିଠାରୁ ଚାରି ଦଫା ଦାବି ନେଇ ପାଇକମାଲ ଅଞ୍ଚଳର ଲୋକେ ପାଇକମାଲ ମୁଖ୍ୟ ଛକରେ ଧାରଣା ଦେଇଥିଲେ। ଏହି ଧାରଣାସ୍ଥଳରେ ନିଷ୍ପତ୍ତି ହୋଇଥିଲା ଯେ ଦାବି ପୂରଣ ନିମନ୍ତେ ୪୮ ଘଣ୍ଟା ପର୍ୟ୍ଯନ୍ତ ପାଇକମାଲ ବନ୍ଦ କରାଯିବ। ନିଷ୍ପତ୍ତି କ୍ରମେ ଆଜି ପାଇକମାଲ ବନ୍ଦ ହୋଇଥିବା ବେଳେ କୋଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏବେ ସୁଦ୍ଧା ସୃଷ୍ଟି ହୋଇ ନାହିଁ।
ଉଲ୍ଲେଖଯୋଗ୍ୟ, ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏରିଆ ହସ୍ପିଟାଲ ଘୋଷଣା, ପାଇକମାଳକୁ ବିଜ୍ଞପିତ ପରିଷଦ ଅଞ୍ଚଳ ଘୋଷଣା ଓ ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe