ପୁଲିସ୍‌ ଚଢ଼ଉ:ହୋଟେଲ ମାଲିକ ଛାନିଆ

Advertisment
ପୁଲିସ୍‌ ଚଢ଼ଉ:ହୋଟେଲ ମାଲିକ ଛାନିଆ

ବରଗଡ଼: ବୁଧବାର ରାତିରେ ସହରରେ ଥିବା ପ୍ରାୟ ସମସ୍ତ ହୋଟେଲର ମାଲିକମାନଙ୍କ ଅବସ୍ଥା ଢିଲା ହୋଇଯାଇଛି। ଅଚାନକ ଗୋଟି ଗୋଟି କରି ହୋଟେଲରେ ପୁଲିସ୍‌ ମାଡ଼ି ଯାଇଥିଲା। ଦେଖିଲା ବାଲା ବି ଭୟରେ ଛାନିଆ ହୋଇଯାଇଥିଲେ। ପୁଲିସ୍‌ କାହିଁକି ଚଢ଼ଉ କଲା, ଖବର କ’ଣ? ଏଭଳି ପ୍ରଶ୍ନ ଘୂରି ବୁଲୁଥିଲା। କିନ୍ତୁ ଅଗଷ୍ଟ ପନ୍ଦର ପୂର୍ବରୁ ଏହା ପୁଲିସ୍‌ର ଏକ ନିୟମିତ ଅଭିଯାନ ଥିଲା ବୋଲି ଟାଉନ ଥାନା ଅଧିକାରୀ ବିଭୁତି ଭୂଷଣ ଭୋଇ କହିଛନ୍ତି। ହୋଟେଲରେ ରହୁଥିବା ଲୋକଙ୍କ ସଂପୂର୍ଣ୍ଣ ବିବରଣୀ ରଖିବାକୁ କର୍ମଚାରୀଙ୍କୁ ପୁଲିସ୍‌ ନିର୍ଦ୍ଦେଶ ଦେଇଛି। ସେହିପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସାମଗ୍ରୀ ନଜରକୁ ଆସିଲେ ତୁରନ୍ତ ପୁଲିସ୍‌କୁ ଖବର ଦେବାକୁ କୁହାଯାଇଛି। ଆଗାମୀ ଦିନରେ ଏହି ଅଭିଯାନ ତ୍ୱରାନ୍ଵିତ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଭୋଇ କହିଛନ୍ତି। ବିଗତ ଦିନରେ ସହରର ଗୋଟିଏ ନାମୀ ହୋଟେଲ ଏବଂ ଗେଷ୍ଟ ହାଉସ୍‌ରେ ପୁଲିସ୍‌ ଅତର୍କିତ ଚଢ଼ଉ କରିଥିଲା। ଉଭୟ ଚଢ଼ଉ ବେଳେ ପ୍ରେମୀ ଯୁଗଳ ଠାବ ହୋଇଥିଲା। କେତେକ ହୋଟେଲରେ ପ୍ରତିଦିନ ଅନୈତିକ କାମ ଏବଂ ଜୁଆ ଖେଳ ଚାଲିଥିବା ଅଭିଯୋଗ ହେଉଛି। ତେଣୁ ପୁଲିସ୍‌ ଏଭଳି ଯାଂଚ ଅଭିଯାନକୁ ନିୟମିତ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe