ଅଙ୍ଗନଦୀରେ ବିରଳ ପ୍ରଜାତିର ମାଛ

Advertisment
ଅଙ୍ଗନଦୀରେ ବିରଳ ପ୍ରଜାତିର ମାଛ

ଗାଈସିଲାଟ୍‌: ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ଭେଲୁଆପଦରସ୍ଥିତ ଅଙ୍ଗନଦୀରେ ସୋମବାର ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ନଦୀକୁ ଗାଧୋଇବା ତଥା ମାଛ ଧରିବା ପାଇଁ ଯାଉଥିବା ଲୋକମାନେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ପାଇଥିଲେ। ଯାହାକୁ ଶିଲ ମାଛ କୁହାଯାଏ। ପ୍ରାୟତଃ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ। ତାହା ସମୁଦ୍ରରୁ ମହାନଦୀ ଦେଇ ଏହି ଅଙ୍ଗ ନଦୀକୁ ଆସିଥିବା ଆଲୋଚନା ହୋଇଛି। ତେବେ ଏହି ମାଛକୁ ଦେଖିବାକୁ ଜନସାଧାରଣଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe