ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ : ଧାନ ବିକ୍ରି ଲାଗି ସମୟସୀମା ରହିବ ନାହିଁ, ଟୋକନ୍ ନ ଥିଲେ ମଧ୍ୟ ଧାନ କିଣାଯିବ 

Advertisment
ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ : ଧାନ ବିକ୍ରି ଲାଗି ସମୟସୀମା ରହିବ ନାହିଁ, ଟୋକନ୍ ନ ଥିଲେ ମଧ୍ୟ ଧାନ କିଣାଯିବ 

ସମ୍ବଲପୁର: ପଶ୍ଚିମଓଡ଼ିଶାରେ ଟୋକନ ବ୍ୟବସ୍ଥାର ବିରୋଧରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ଆଜି ସରକାରଙ୍କ ପକ୍ଷରୁ ଏହାକୁ ପ୍ରଶମନ କରିବା ଲାଗି ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଳା ତାହା ସଫଳ ହୋଇଛି। ଧାନ ବିକ୍ରି ଲାଗି ସମୟସୀମା ରହିବ ନାହିଁ, ଟୋକନ୍ ନ ଥିଲେ ମଧ୍ୟ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଉଠିଛନ୍ତି ଚାଷୀ।

publive-image

ଆନ୍ଦୋଳନର ଚତୁର୍ଥ ଦିନରେ ଗୁରୁବାର ଚାଷୀମାନେ ସମ୍ବଲପୁରର ବରେଇପାଲିସ୍ଥିତ ନିୟନ୍ତ୍ରିତ ବଜାର ସମିତି ଗୋଦାମ ସାମ୍ନା ଜାତୀୟ ରାଜପଥ ଉପରେ ଧାନ ଗଦାଇ ଅବରୋଧ କରିଥିଲେ । ସେହିପରି ବରଗଡ଼ ଜିଲ୍ଲାର ଅତାବିରା ଏବଂ ଗୋଡଭଗାରେ ମଧ୍ୟ ଚାଷୀମାନେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ତେବେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପ‌ରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।

publive-image

ଚାଷୀଙ୍କୁ ମନାଇବାକୁ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷୀଙ୍କ ସହ ଆଲୋଚନା ପରେ ରୋହିତ ପୂଜାରୀ କହିଛନ୍ତି, ଚାଷୀଙ୍କ ଦାବିକୁ ସରକାର ସମ୍ମାନ ଦେଉଛନ୍ତି। ତେଣୁ ଟୋକନ ବ୍ୟବସ୍ଥାକୁ କୋହଳ କରାଯାଉଛି। ଯେଉଁ ଚାଷୀ ଟୋକନ ପାଇ ନ ଥିବେ ସେମାନଙ୍କୁ ମଣ୍ଡିରେ ୪ରୁ ୫ ଘଣ୍ଟା ମଧ୍ୟରେ ଟୋକନ ଯୋଗାଇ ଦିଆଯିବ। ଏହା ଫଳରେ ଟୋକନ୍‌ ପାଇ ନ ଥିବା ଚାଷୀଙ୍କ ଧାନ କିଣିବା ଲାଗି କୌଣସି ଅସୁବିଧା ରହିବ ନାହିଁ। ଆନ୍ଦୋଳନ ଚାଷୀଙ୍କ ସହ ଆଲୋଚନା ପରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଧାନ ବିକ୍ରି ଲାଗି କୌଣସି ସମୟସୀମା ରହିବ ନାହିଁ। ଟୋକନ୍ ନଥିଲେ ମଧ୍ୟ ଚାଷୀଙ୍କଠାରୁ ଧାନ କିଣାଯିବ।

publive-image

ଅନ୍ୟପକ୍ଷରେ ଚାଷୀମାନେ ଏହାକୁ ସଙ୍ଗେସଙ୍ଗେ ଗ୍ରହଣ କରିବାକୁ ରାଜି ହୋଇ ନ ଥିଲେ ମଧ୍ୟ ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇବାରୁ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe