କବି ଲକ୍ଷ୍ମୀ ନାରାୟଣ ବହିଦାରଙ୍କ ଜୟନ୍ତୀରେ ପ୍ରଥମ ‘ସମ୍ବଲପୁରୀ ଦିବସ’ ପାଳିତ

Advertisment
କବି ଲକ୍ଷ୍ମୀ ନାରାୟଣ ବହିଦାରଙ୍କ ଜୟନ୍ତୀରେ ପ୍ରଥମ ‘ସମ୍ବଲପୁରୀ ଦିବସ’ ପାଳିତ

ବରପାଲି: ସମ୍ବଲପୁରୀ ସାହିତ୍ୟିକ ତଥା କବି ଲକ୍ଷ୍ମୀ ନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ବୁଧବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଥମ ‘ସମ୍ବଲପୁରୀ ଦିବସ’ ପାଳିତ ହୋଇ ଯାଇଛି। ଏହି ଅବସରରେ ଅତିଥିମାନେ ସମ୍ବଲପୁରୀ ଭାଷା, ସାହିତ୍ୟ, ଲୋକକଥା, ଲୋକଗୀନ, ଲୋକନୃତ୍ୟ ଓ ସଂସ୍କୃତି ଉପରେ ଆଲୋଚନା କରିଛନ୍ତି। ସମ୍ବଲପୁରୀ ଭାଷା ଭିତ୍ତିକ ଅଞ୍ଚଳରେ ଜନ୍ମଲାଭ କରି ନିଜକୁ ଗର୍ବ ଅନୁବକ କରିବାକୁ ଅତିଥିବୃନ୍ଦ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ଜେ.ଡି. ଡିଗ୍ରି ମହିଳା ମହାବିଦ୍ୟାଳୟରେ ବୁଧବାର ‘ସମ୍ବଲପୁରୀ ଦିବସ’ ପାଳନ ଅବସରରେ କଲେଜର ଅଧ୍ୟକ୍ଷା ପଦ୍ମିନୀ ଦାଶ କହିଛନ୍ତି, ପ୍ରଥମ ସମ୍ବଲପୁରୀ ଦିବସ ପାଳନ କରିବା ପୂର୍ବରୁ ଗତ ଜୁଲାଇ ୩୦ରେ ସମ୍ବଲପୁରରେ ‘ପଶ୍ଚିମ ଓଡ଼ିଶା ଏକତା ମଞ୍ଚ’ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କବି ଲକ୍ଷ୍ମୀ ନାରାୟଣ ବହିଦାରଙ୍କ ସମ୍ବଲପୁରୀ ଭାଷାକୁ ସ୍ମରଣୀୟ ଅବଦାନ ଯୋଗୁଁ ତାଙ୍କ ଜନ୍ମ ଦିନ(୧୯୧୩ ଅଗଷ୍ଟ ୧, ସୋନପୁର)ରେ ଏହି ଦିବସ ପାଳନ କରିବାକୁ କମିଟିର ସଦସ୍ୟମାନେ ନିଷ୍ପତ୍ତି ନେଇଥିଲେ।

ଶ୍ରୀମତୀ ଦାଶଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଅଧ୍ୟାପିକା ଚିନ୍ମୟୀ ପଧାନ, ହିନ୍ଦୀ ଅଧ୍ୟାପିକା ବର୍ଷା ମହାନନ୍ଦ, କଲେଜ କର୍ମଚାରୀ ନିଳୀମା ନାୟକ, ଅଙ୍କିତା ବାବୁ ଓ ନମିତା ମେହେରଙ୍କ ଉପସ୍ଥିତିରେ ଛାତ୍ରୀମାନେ ସମ୍ବଲପୁରୀ ପୋଷାକ ପରିଧାନ କରି ଦିବସକୁ ପାଳନ କରିଛନ୍ତି। ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ମନେ ପକାଇ ଏହାକୁ ବିଶ୍ୱରେ କିପରି ଆହୁରି ଅଧିକ ଲୋକପ୍ରିୟ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe