ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ: ଯୋଗ ଦେଲେ ରାଜ୍ୟପାଳ

Advertisment
ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ: ଯୋଗ ଦେଲେ ରାଜ୍ୟପାଳ

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ରୂପେ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ସମିତି ସଭ୍ୟ ନିରୁପମା ନାଗ ଯୋଗ ଦେଇଥିଲେ। ସଭାରେ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିବା ସହ ସଭା ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଅନିମା ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ଓ ଉଦଯାପନୀ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ତାଙ୍କ ଅଭିଭାଷଣରେ ପୌରାଣିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ତଥା ଛାତ୍ରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହୁଥିବା କହିଥିଲେ। ଆମ୍ଭେମାନେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ଦାଶ ବୋଲି ସେ କହିଥିଲେ । ବିଦ୍ୟାଳୟର ମୁଖପତ୍ର "ଯମୁନା" ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ କସ୍ତୁରବା ମାତୃ ନିକେତନର ସମାଜସେବୀ ନିରୁପମା ମହାପାତ୍ରଙ୍କୁ ରାଜ୍ୟପାଳ ଉପଢ଼ୌକନ୍ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଚିତ୍ରଶିଳ୍ପୀ ଡୋଲାମଣି ଭୁଏ ରାଜ୍ୟପାଳଙ୍କୁ ଏକ ଫଟୋ ଚିତ୍ର ପ୍ରଦାନ କରିଥିଲେ। ରାଜ୍ୟପାଳ ଶିଳ୍ପୀ ଶ୍ରୀ ଭୁଏଙ୍କୁ ସମ୍ମାନିତ କରିଥିଲେ। ରାଜ୍ୟପାଳଙ୍କୁ ନୃସିଂହନାଥ ମହାପ୍ରଭୁଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲଲା। କାର୍ଯ୍ୟକ୍ରମ ଶେଷରେ ରୌପ୍ୟ ଜୟନ୍ତୀ ସଭାପତି ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe