କୁଇଶିରା ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରାବଣ ବାହୁଡ଼ାଯାତ୍ରା

Advertisment
କୁଇଶିରା ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରାବଣ ବାହୁଡ଼ାଯାତ୍ରା

ଭଟଲି: ରାଜ୍ୟର ବିଭିନ୍ନ ସ୍ଥାନରେ ଆଷାଢ଼ ମାସରେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ବ ପରମ୍ପରା ଅନୁସାରେ ଶନିବାର ଭଟଲି ବ୍ଲକ୍‌ କୁଇସିରା ଗ୍ରାମରେ ଶ୍ରାବଣରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ସମାରୋହରେ ସମ୍ପନ୍ନ ହୋଇଛି। ସକାଳୁ ମାଉସୀମା' ମନ୍ଦିରରେ ଦୈନିକ ପୂଜନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଗ୍ରାମର ଜମିଦାର ଫଗୁଲାଲ ସିଂ ଛେରାପହରା କରିଥିଲେ। ଏଥିରେ ଭଜନ ସଂକୀର୍ତ୍ତନ, କୃଷ୍ଣଗୁରୁ, ଘଣ୍ଟ, ଶଙ୍ଖ, ନାଗରା, ବ୍ୟାଣ୍ଡ୍‌ବାଜା ସାମିଲ ହୋଇଥିଲେ। ପରେ ଡାହୁକ ଟିକେଲାଲ ମେହେରଙ୍କ ଡାହୁକ ଗୀତ ତାଳେ ତାଳେ ଭକ୍ତମାନେ ରଥ ପଡିଆକୁ ରଥ ଟାଣିଥିଲେ। ସେଠାରେ ରଥ ଉପରେ ପଣ୍ଡିତ ରାଜୀବ ରଥ ଓ ଗୋବିନ୍ଦ ପଣ୍ଡା ପୂଜାର୍ଚ୍ଚନା କରିଥିଲେ।

ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା, ଆଳତୀ ପ୍ରଦାନ ଓ ନବଜାତ ଶିଶୁମାନଙ୍କ ରଥଛୁଆଁ କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟାରେ ରଥକୁ ଭକ୍ତମାନେ ରଥ ପଡ଼ିଆରୁ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଅତିଥି ଭାବରେ ବିଜେପି ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ପ୍ରତାପ ପଧାନ ଓ ବିଜେପି ଜିଲ୍ଲା ସମ୍ପାଦକ ଅକ୍ଷୟ ନାୟକ ଯୋଗଦାନ କରିଥିଲେ। ଏହି ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe