ଏସଟିଏଫ୍ ପଞ୍ଝାରେ ଚୋରା ଚାଲାଣକାରୀ: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଏସଟିଏଫ୍ ପଞ୍ଝାରେ ଚୋରା ଚାଲାଣକାରୀ: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ବରଗଡ଼: ଏସଟିଏଫ୍ ପଞ୍ଝାରେ ଜଣେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ବରଗଡ଼ ବନବିଭାଗ ଓ ଏସଟିଏଫ୍ ଟିମ୍ ମିଳିତ ଭାବେ ଚଢ଼ାଉ କରି ଏକ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି। ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ଏସଟିଏଫ।
ପ୍ରାପ୍ତ ସୂଚନା ଅନୁସାରେ ଖାନସୁମେନ ଦେବୀ ମନ୍ଦିର ରାସ୍ତା କଡ଼ରେ ଡିଲ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଏସଟିଏଫ। ସେଠାରେ ଜଗତ ଥେଲା ନାମକ ଚୋରା ଚାଲାଣକାରୀକୁ ଗିରଫ କରିଥିଲା ଏସଟିଏଫ। ଏହାଛଡ଼ା ଏସଟିଏଫ୍ ଟିମ୍ ତା ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି।

ଏଣେ ଗତ ୧ ତାରିଖ ଦିନ କୋଟଗଡ଼ ବନାଞ୍ଚଳର ଯୁବାଗୁଡା ଛ ଠାରେ ବଜ୍ରକାପ୍ତା ବିକ୍ରି ପାଇଁ  ମୁଲଚାଲ ଚାଲିଥିବା ବେଳେ ବନ ବିଭାଗ ୨ ଅଭିଯୁକ୍ତଙ୍କୁ  ଗିରଫ କରିଥିଲା। ଅଭିଯୁକ୍ତ ଦ୍ବୟ ହେଲେ ଶ୍ରୀରାମପୁର ଅଂଚଳର ମାଟିଗାଡା ଗ୍ରାମର ତ୍ରିପତି କପାଟ ପାତ୍ର ଓ ମିଥୁନ ପଦ୍ମାସେଟ। ଉଦ୍ଧାର ବଜ୍ରକାପ୍ତାର ଲମ୍ବ ତିନି ଫୁଟରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଓଜନ ୬ କେଜିରୁ ଅଧିକ ହୋଇଥିବା କୋଟଗଡ଼ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା କହିଥିଲେ। କୋଟଗଡ଼ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଏକ ଟିମ ଯୁବାଗୁଡା ଛକ ନିକଟରେ ଜଢ଼ଉ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe