ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

Advertisment
ଶ୍ବଶୁର ଘରେ ଜ୍ବାଇଁର ଆତ୍ମହତ୍ୟା

National Herald

ବରଗଡ଼ : ସ୍ତ୍ରୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସ୍ୱାମୀ ବେକରେ ପ୍ଲାଷ୍ଟିକ ରଶି ଦେଇ ଆତ୍ମହତ୍ୟା କରିବା ଘଟଣା ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଭଟଲି ବ୍ଳକ୍‌ ଅନ୍ତପାଲି ଗ୍ରାମର। ଘରୋଇ କଳହ ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଉଛି।

ଅନ୍ତପାଲି ଗ୍ରାମର ଧର୍ମେନ୍ଦ୍ର ବେହେରା (୨୬) ଗତ ଏପ୍ରିଲ ମାସରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଗୁଲାମାଲ ଗ୍ରାମର ପୂର୍ଣ୍ଣିମା (୨୦)ଙ୍କୁ ବିବାହ କରିଥିଲେ । ତେବେ , ଗୁରୁବାର ଅପରାହ୍‌ଣରେ ପୂର୍ଣ୍ଣିମା କୀଟନାଶକ ପିଇ ଦେଇଥିଲେ। ପରିବାରବର୍ଗ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ପରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ ସ୍ୱାମୀ ଧର୍ମେନ୍ଦ୍ର ଘରେ ବେକରେ ପ୍ଲାଷ୍ଟିକ ତାର ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ଏନେଇ ଭଟଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶୁକ୍ରବାର ଧର୍ମେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe