ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର ଏସ୍‌ଆଇଡିଏସି ସଦସ୍ୟ ଭାବେ ମନୋନୀତ

Advertisment
ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର ଏସ୍‌ଆଇଡିଏସି ସଦସ୍ୟ ଭାବେ ମନୋନୀତ

ବରପାଲି: ବରପାଲିର ବାନ୍ଧଶିଳ୍ପୀ ଡ. ସୁରେନ୍ଦ୍ର ମେହେର ରାଜ୍ୟ ସରକାରଙ୍କ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭେଲପମେଣ୍ଟ ଅଫ ଆର୍ଟ୍ସ ଏଣ୍ଡ କ୍ରାଫ୍ଟସ, ଭୁବନେଶ୍ୱରର ପରିଚାଳନା କମିଟି ସଦସ୍ୟ ଭାବରେ ଆସନ୍ତା ତିନି ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ଡ. ମେହେର ଭାରତ ସରକାରଙ୍କ ଅଖିଳ ଭାରତ ହସ୍ତତନ୍ତ ବୋର୍ଡର କେନ୍ଦ୍ରୀୟ ପରିଚାଳନା କମିଟି ସଦସ୍ୟ ତଥା ଓଡ଼ିଶା ସରକାରଙ୍କ ପ୍ରି-ବଜେଟ୍‌ ପରିଷଦର ସଦସ୍ୟ ଅଛନ୍ତି।

ବାନ୍ଧଶିଳ୍ପୀ ସ୍ବର୍ଗତ ପଦ୍ମଶ୍ରୀ କୁଞ୍ଜବିହାରୀ ମେହେରଙ୍କ ସେ ସୁପୁତ୍ର ଅଟନ୍ତି। ଏହି ନୂତନ ସଦସ୍ୟତା ପାଇଁ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ତଥା ବରପାଲି କଳା ଭାରତୀ ସଂଗ୍ରହାଳୟର ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe