ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର

Advertisment
ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର

ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି (ସୁନା ଲରମ୍ଭା) ଗ୍ରାମର ନୀଳାଞ୍ଚଳ ପଟେଲ (୪୮ ବର୍ଷ) ଆସାମ ରାଇଫଲ୍‌ରେ ମଣିପୁରରେ କାର୍ଯ୍ୟରତ ଥିଲେ। ସେ ଶୁକ୍ରବାର ରାତିରେ ପାଟ୍ରୋଲିଂରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ସହିଦ ହୋଇଥିଲେ। ଖବର ପ୍ରଚାରିତ ହେବାମାତ୍ରେ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ରବିବାର ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଆର୍ମି କ୍ୟାମ୍ପରୁ ଏୟାରଲାଇନ ବିମାନ ଯୋଗେ ଦିନ ଗୋଟାଏରେ କୋଲକାତାକୁ ଅଣାଯାଇଛି। ସେଠାରୁ ଅପରାହ୍ନ ୩ଟାରେ ଆମ୍ବୁଲାନ୍ସ ଯୋଗେ ସିଧାସଳଖ ରବିବାର ରାତିରେ ବରଗଡ଼ ଓ ସୋମବାର ସକାଳୁ ନିଜ ଜନ୍ମମାଟି ବାଘପାଲି ଗାଁକୁ ଅଣାଯିବ।

ତାଙ୍କ ପାର୍ଥିବ ଶରୀର ସହରାଟିକ୍ରା ପହଁଚିଲା ପରେ ଏକ ବାଇକ ରାଲିରେ ବାଘପାଲି ଗାଁକୁ ନିଆଯିବ। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପୈତୃକ ଜମିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ତାଙ୍କ ବଡ଼ ଭାଇ ନୀଳାମ୍ବର ପଟେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe