ଥୁଆପାଲି ଅଂଚଳରେ ବଢୁଛି ଚୋରି: ଫାଣ୍ଡି ପାଇଁ ଦାବି

Advertisment
ଥୁଆପାଲି ଅଂଚଳରେ ବଢୁଛି ଚୋରି: ଫାଣ୍ଡି ପାଇଁ ଦାବି

ଥୁଆପାଲି: ଭେଡ଼େନ ଥାନା ଥୁଆପାଲି ବଜାର ଓ ଆଖପାଖ ଅଂଚଳରେ କ୍ରମାଗତ ଭାବେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଦୋକାନୀ ତଥା ଅଞ୍ଚଳବାସୀ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ଗତ କିଛିବର୍ଷ ହେବ ଲଗାତାର ଭାବେ  ଚୋରି ହୋଇ ଅାସୁଥିଲେ ମଧ୍ୟ ଚୋରକୁ ଧରିବାରେ ପୁଲିସ୍‌ ଏକପ୍ରକାର ବିଫଳ ହେଉଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଗତ ୨୦୧୭ ଡିସେମ୍ବରରେ ବୁଲ୍‌ବୁଲ୍‌ ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିଲା। ତାହା ସିସିଟିଭି ଫ୍ୟୁଟେଜ୍‌ରେ ଚୋରମାନଙ୍କ ଚେହେରା ମଧ୍ୟ ଜଣାପଡୁଥିଲେ ହେଁ ପୁଲିସ୍‌ ସେମାନଙ୍କୁ ଧରିବାରେ ବିଫଳ ହୋଇଛି। କିଛି ମାସ ହେବ ଲଗାତାର ଭାବେ ଚୈତନ୍ୟଙ୍କ ପାନ ଦୋକାନ, ଅମ୍ବିକା ମୋବାଇଲ ଦୋକାନରୁ ୩ ଥର, ଗୋବିନ୍ଦଙ୍କ ପାନ ଦୋକାନ,  ଜୟରାମ ପାର୍ଟସ ଦୋକାନ ଏମିତି ଅ‌େନକ ଦୋକାନରୁ ବାରମ୍ବାର ଚୋରି ହେଉଛି। ତେଣୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ  ଥୁଆପାଲିରେ ଏକ ଫାଣ୍ଡି ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe