ବରଗଡ଼: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଗଳବାର ବିକାଶ ଗ୍ରୁପ୍ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରିବ। ଏଥିରେ ବିକାଶ ଗ୍ରୁପ୍ର ଛାତ୍ରଛାତ୍ରୀ, ଅଭିଭାବକ ଓ ବିକାଶ ମଲ୍ଟି–ସ୍ପେସିଆଲିଟି ହସ୍ପିଟାଲ୍ର କର୍ମଚାରୀଙ୍କ ସହ ସ୍ବେଚ୍ଛାସେବୀ ସଂଗଠନ ସାମିଲ ହେବେ। ଏକ କିଲୋମିଟର୍ ଦୀର୍ଘ ଏହି ଶୋଭାଯାତ୍ରା ଲେଙ୍ଗୁ ମିଶ୍ର ଛକରୁ ଆରମ୍ଭ ହୋଇ ବରାହଗୁଡ଼ା ଛକ ପର୍ଯ୍ୟନ୍ତ ପହଂଚିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିକାଶ ଗ୍ରୁପ୍ ଚେୟାର୍ମ୍ୟାନ୍ ଡି.ମୂରଲୀ କ୍ରୀଷ୍ଣା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳୀରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି.ନାଗେଶ୍ବର ରାଓ, ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ, ନିର୍ଦ୍ଦେଶକ ଡ. ସମରେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ
ବିକାଶ ଗ୍ରୁପ୍ ପକ୍ଷରୁ ତ୍ରିରଂଗା ଶୋଭାଯାତ୍ରା
Advertisment
Follow Us