ବରଗଡ଼: ବାଘ ମୃତ୍ୟୁ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ

Advertisment
ବରଗଡ଼: ବାଘ ମୃତ୍ୟୁ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ

ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟ ନିକଟ ଏକ ବୁଦବୁଦିଆ ଜଙ୍ଗଲରୁ ତିନି ଦିନ ପୂର୍ବରୁ ବାଘର ଗଳିତ ଶବ ମାଟି ଭିତରୁ ଉଦ୍ଧାର ହେବା ଘଟଣାରେ ବନ ବିଭାଗ ବୁଧବାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଏବଂ ଖଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ବରଗଡ଼ ଡିଏଫଓ ନିଲମ୍ବନ କରିଛନ୍ତି। ଡ୍ୟୁଟି ସମୟରେ ବନ ବିଭାଗର ଏହି ୨  କର୍ମଚାରୀ ଅବହେଳା ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପଟରେ ବାଘର ଗଳିତ ଶବର କିଛି ଅଂଶ ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ଵାଇଲଡ୍‌ଲାଇଫକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ। ଡ୍ୟୁଟିରେ ଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ବନ ବିଭାଗର କାର୍ଯ୍ୟାନୁଷ୍ଠାନ ନେଇ ଚିଫ ଓ୍ଵାଇଲ୍ଡ ଲାଇଫ ଓ୍ଵାର୍ଡେନ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏନ୍‌ଟିସିଏ ଗାଇଡଲାଇନ୍‌ ଅନୁଯାୟୀ କାର୍ଯ୍ୟ କରାଯାଉଛି। ସୂଚନାଯୋଗ୍ୟ ଭେଡେନ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗାଁ ନିକଟରେ ବୁଦ୍‌ବୁଦିଆ ଜଙ୍ଗଲରୁ ବାଘର ଗଳିତ ଶବ ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe