ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର

Advertisment
ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର

ସଇନ୍ତଲା: ସଇନ୍ତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ଜଲିଆ ଗ୍ରାମ ନିକଟସ୍ଥ ଏକ ବୁଦା ପାଖରୁ ପୁଲିସ ଜଣେ ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି।
ପୁଲିସର ସୂଚନାନୁଯାୟୀ, କନ୍ଧକେଲଗାଁ ରେଳ ଫାଟକଠାରୁ ପ୍ରାୟ ୨୦୦ ମିଟର ଦୂର ଜଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜମିରେ ଥିବା ବୁଦା ତଳେ ଶବ ପଡିଥିବା ଖବର ମଙ୍ଗଳବାର ମିଳିଥିଲା। ପରେ ଥାନା ଅଧିକାରୀ ଶୁଭେନ୍ଦୁ ଶବର ଘଟଣା ସ୍ଥଳକୁ ପହଂଚି ଶବ ଜବତ କରିବା ସହ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ମାମଲା ସନ୍ଦେହ କରି ଥାନା କେସ ନଂ -୨୬/୧୮ରେ ୩୦୨ ଦଫାରେ ଏକ ମାମଲା ରୁଜୁ କରାଯାଇଛି। ମୃତ ମହିଳାଙ୍କ ବୟସ ୨୮ ରୁ ୩୦ ବର୍ଷ ହୋଇଥିବା ବେଳେ ପଂଜାବୀ ସେଲଓ୍ଵାର ପିନ୍ଧିଥିବା ଦେଖିବାକୁ ମିଳିଛି। ସେହିପରି ଶବ ପାଖରେ କିଛି ଖାଇବା ସାମଗ୍ରୀ ଓ ପାନୀୟ ଦ୍ରବ୍ୟ ପଡିଥିବା କୁହାଯାଉଛି। ସଂପୃକ୍ତ ମହିଳାଙ୍କୁ କେହି ୩-୪ ଦିନ ପୂର୍ବରୁ ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଥାନାଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe