ଅସହାୟ ଶିଶୁକୁ ସହାୟତା ଦାବି

ଅସହାୟ ଶିଶୁକୁ ସହାୟତା ଦାବି

ବରପାଲି: ବିଦ୍ୟୁତ୍‌ ଆଘାତ ପାଇଁ ଦୁଇ ହାତ ହରାଇଥିବା ବରପାଲି ଏନ୍‌ଏସି ଓ୍ଵାର୍ଡ ନଂ. ୧୧ ଧୁବାପଡ଼ାର ମିନି ବାଗଙ୍କ ଝିଅ ରାଣୀ ବାଗ (୧୦)କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ସୂଚନାଥାଉ କି ରାଣୀ ଗତ ବର୍ଷ ମେ ମାସରେ ପଡ଼ାରେ ଛୁଆଙ୍କ ସହ ଖେଳୁଥିବା ବେଳେ ନିକଟରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ ସଂସ୍ପର୍ଶରେ ଆସି ଯାଇଥିଲା। ବିଦ୍ୟୁତ୍‌ ତାର ଧରି ପକାଇବା ହେତୁ ସେ ଗୁରୁତର ଆହତ ହୋଇଥିବା ବେଳେ ବୁର୍ଲାରେ ଚିକିତ୍ସା ବେଳେ ତା’ର କ୍ଷତିଗ୍ରସ୍ତ ହାତ ଦୁଇଟିକୁ କାଟି ଦିଆଯାଇଛି। ବହୁ ଦିନ ଧରି ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ହେଁ ହାତ ଦୁଇଟି ହରାଇ ରାଣୀ ବର୍ତ୍ତମାନ ସଂପୂର୍ଣ୍ଣ ଅସହାୟ। ତେଣେ ଦୁର୍ଘଟଣା ପରେ ବାପା ମିନି କେଉଁଆଡ଼େ ଫେରାର୍‌ ହୋଇ ଯାଇଥିବା ବେଳେ ପରିବାର ଚଳାଇବା କଷ୍ଟକର ହେବାରୁ ମା’ ବି ରାଣୀକୁ ଆଈ ପାଖରେ ଛାଡ଼ି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣାପଡ଼ିଛି। ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ଛୁଆଟିର ଲାଳନପାଳନ ଠାରୁ ଆରମ୍ଭ କରି ତା’ର ଦାୟିତ୍ୱ ତୁଲାଇବାକୁ ସେ ଅସମର୍ଥ ବୋଲି ରାଣୀର ଆଈ ପ୍ରକାଶ କରିଛନ୍ତି। ବର୍ତ୍ତମାନ ରାଣୀ ନିକଟସ୍ଥ ୟୁପି ସ୍କୁଲ୍‌ରେ ପଢୁଥିଲେ ହେଁ ହାତ ନ ଥିବାରୁ ପାଠ ପଢ଼ା ତା’ର ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ତେଣୁ ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ଚିକିତ୍ସା ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe