ବାଲି ଚୋରଙ୍କୁ ଧରିଲେ ଗ୍ରାମବାସୀ

Advertisment
ବାଲି ଚୋରଙ୍କୁ ଧରିଲେ ଗ୍ରାମବାସୀ

ପଦ୍ମପୁର: ଅଙ୍ଗ ନଦୀରୁ ରାତିରେ ଛତିଶଗଡ଼କୁ ବାଲି ଚୋରି ହେଉଥିବା ବେଳେ ଗ୍ରାମବାସୀ ୧୨ଟି ଟାକ୍ଟରକୁ ନିଜ ଉଦ୍ୟମରେ ଧରିବାକୁ ସଫଳ ହୋଇଛନ୍ତି। ପାଇକମାଲ ବ୍ଲକ ସମ୍ବଲପୁରୀ ଗ୍ରାମରେ ଅଙ୍ଗନଦୀରୁ ବାଲି ଚୋରି ହେଉଥିବା ବେଳେ ସେଠାକୁ ଗ୍ରାମବାସୀ ପହଂଚି ଟ୍ରାକ୍ଟର ଅଟକାଇଥିଲେ। ଏହି ସୀମାନ୍ତ ଗାଁରୁ ଛତିଶଗଡ଼ ମାତ୍ର ୩ କିଲୋମିଟର। ତେଣୁ ରାତିରେ ସ୍ଥାନୀୟ କିଛି ମାଫିଆଙ୍କ ସହଯୋଗରେ ଅଙ୍ଗ ନଦୀରୁ ସେମାନେ ବାଲି ଚୋରି କରୁଥି‌ଲେ। ମାଫିଆଙ୍କ କାରବାରରେ ଅତିଷ୍ଟ ହୋଇ ପ୍ରଥମେ ମହିଳାମାନେ ଟ୍ରାକ୍ଟର ଅଟକାଇବାକୁ ଉଦ୍ୟମ କରିଥିଲେ। ପରେ ପୁରୁଷ ଲୋକଙ୍କ ସହଯୋଗରେ ସବୁ ଟ୍ରାକ୍ଟର ‌ରୋକିଥିଲେ। ପୂର୍ବରୁ ବାଲି ଚୋରି ରୋକିବା ପାଇଁ ଗ୍ରାମବାସୀ ଉଦ୍ୟମ କରିଥିଲେ ହେଁ ସ୍ଥାନୀୟ ମାଫିଆମାନେ ଧମକ ଚମକ ଦେଉଥିଲେ। ସ୍ଥିତି ଏଭଳି ଯେ ଇନ୍ଦିରା ଆବାସ ପାଇଁ ଲୋକେ ବାଲି ନେଲେ ମାଫିଆମାନେ ବଟି ଆଦାୟ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ନନେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe