କେନାଲରେ ଜଳାଭାବ:ପପଙ୍ଗାରେ ଅଧିକାରୀଙ୍କୁ ୮ ଘଣ୍ଟା ଘେରିଲେ ଚାଷୀ

Advertisment
କେନାଲରେ ଜଳାଭାବ:ପପଙ୍ଗାରେ ଅଧିକାରୀଙ୍କୁ ୮ ଘଣ୍ଟା ଘେରିଲେ ଚାଷୀ

ଥୁଆପାଲି: ଚାଷ ପାଇଁ ଆବଶ୍ୟକ ହେଉଥିବା ଜଳସେଚନର ସୁବ୍ୟବସ୍ଥା ହେଉନଥିବାରୁ ପପଙ୍ଗା କେନାଲ ଅଫିସ୍‌ର ଅଧିକାରୀମାନଙ୍କୁ ଚାଷୀମାନେ ଦୀର୍ଘ ୮ ଘଣ୍ଟା ଧରି ଘେରାଉ କରି ରଖିଥିଲେ। ତଳ ଅଂଚଳରେ ଥିବା ମହୁଲପାଲି, ମାନପୁର, ସିଆଲଖଣ୍ଡହତା, ରୁଷୁଡା, ଅର୍ଜୁଣ୍ଡା, ସୁନାଲରମ୍ଭା ଆଦି ଅଂଚଳକୁ କମ୍‌ ପାଇଁ ପହଂଚୁଥିବାରୁ ପୂର୍ବରୁ ଚାଷୀମାନେ ବିଭାଗକୁ ଜଣାଇଥିଲେ। ମାତ୍ର ବିଭାଗ ତରଫରୁ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାନଯିବାରୁ ବୁଧବାର ଦିନ ପ୍ରାୟ ୫ ଶହ ଚାଷୀ ଅଫିସ୍‌କୁ ଘେରାଉ କରିଥିଲେ।

ସେଠାରେ ଉପସ୍ଥିତ ଥିବା ଏସ୍‌ଡିଓ ରବୀନ୍ଦ୍ର ସେଠୀ, ଯନ୍ତ୍ରୀ ରାଜକିଶୋର ମୁର୍ମୁ, ପ୍ରମୋଦ ବେହେରାଙ୍କୁ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘେରାଉ କରି ରଖାଯାଇଥିଲା। ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ପହଂଚି ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ। କେନାଲରେ ପାଣି ବଢାଇବା ପାଇଁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ସାମୟିକ ଭାବରେ ଚାଷୀମାନେ ଆନ୍ଦୋଳନରୁ ନିଜକୁ ବିରତ ରଖିଥିବା ଘୋଷଣା କରିଥିଲେ। ଯନ୍ତ୍ରୀମାନେ ତଦାରଖ କରୁ ନଥିବା ବେଳେ ଗୁରୁବାର ପାଣି ନପହଂଚିଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe