ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ:ମା’ ଛେଉଣ୍ଡ ହେଲେ ୨ ଶିଶୁ

Advertisment
ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ:ମା’ ଛେଉଣ୍ଡ ହେଲେ ୨ ଶିଶୁ

ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ବୁଙ୍ଗାପାଲି ଗାଁରେ ମଙ୍ଗଳବାର ପୋଖରୀରେ ବୁଡ଼ି ଯାଇ ଭଜମନ ଭୁଏଙ୍କ ପତ୍ନୀ ମମତା ଭୁଏ (୩୩)ଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ମମତା ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ। ତେବେ ପୋଖରୀ ବାଡ଼ାରେ ହଠାତ୍‌ ତାଙ୍କ ଗୋଡ଼ ଖସି ଯିବାରୁ ସେ ଗଭୀର ପାଣିରେ ପଡ଼ି ବୁଡ଼ି ଯାଇଥିଲେ। ପରିବାର ଲୋକେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା।

ଖବର ପାଇ ଅମ୍ବାଭୋନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମମତାଙ୍କ ଶବ ପାଖରେ ମା’ ଛେଉଣ୍ଡ ହୋଇଯାଇଥିବା ଦୁଇ ଶିଶୁ ପୁଅ ସୁମିତ (୫) ଓ ଝିଅ ସସ୍ମିତା (୩) ବାହୁନି କାନ୍ଦିବା ଗ୍ରାମବାସୀଙ୍କୁ ମର୍ମାହତ କରିଥିଲା। ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସଂପୃକ୍ତ ପରିବାର ବିପିଏଲ୍‌ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe