ଅଂଶୁଘାତରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

Advertisment
ରାଜ୍ୟରେ ଆଜି ପ୍ରଚଣ୍ଡ ତାତି, ସକାଳ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬ ଡିଗ୍ରି

News Medical

ପଦ୍ମପୁର: ଅଂଶୁଘାତରେ ଗତକାଲି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କେନ୍ଦୁଝର ସଦର ଥାନା ବାଉରୀପଦା ପଞ୍ଚାୟତ ବାଉରୀପଦା ଗ୍ରାମର ଲକ୍ଷ୍ମଣ ମୁଣ୍ତାଙ୍କ ସ୍ତ୍ରୀ ଗୁରୁବାରୀ ମୁଣ୍ତା (୪୦)। ସକାଳେ ଗୁରୁବାରୀ ସ୍ଥାନୀୟ ମୁକୁନା ଶାଳକୁ କାମ କରିବାପାଇଁ ଯାଇଥିଲେ। କାମ ଆରମ୍ଭ ହେବା ପୂର୍ବରୁ ସେ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe