ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ନିଦ ହଜାଇଲାଣି ଅଂଶୁଘାତ ମୃତ୍ୟୁ: ୩ ଦିନରେ ୯୯ଜଣଙ୍କର ପ୍ରାଣଗଲାଣି

indianexpress.com

ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ଇଛାପାଲି ଗ୍ରାମ ପାଖରେ ଗାଈସିଲେଟ ଥାନା ଜାମୁଟପାଲି ଗ୍ରାମର ଜନୈକ ଯୁବକ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି।
ମିଳିଥିବା ସୂଚନାରୁ ପ୍ରକାଶ, ଗାଈସିଲେଟ ଥାନା ଜାମୁଟପାଲି ଗ୍ରାମର ପ୍ରଭାକର ରାଉତ (୪୦) ମେଲଛାମୁଣ୍ଡା ଥାନା ଘେଁସ ଗ୍ରାମରେ ଥିବା ତାଙ୍କ ସଂପର୍କୀୟଙ୍କ ଘରକୁ ଆସିଥିଲେ। ପଅର ଦିନ ରାତିରେ ସେ ଅସୁସ୍ଥ ହେବାରୁ ରାତି ପ୍ରାୟ ୧୨ଟା ସମୟରେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ସୋହେଲା ଅଣାଯାଉଥିଲା। ସୋହେଲା ପହଂଚିବା ପୂର୍ବରୁ ସରଧାପାଲି ଓ ଇଛାପାଲି ଗ୍ରାମ ମଝିରେ ପ୍ରଭାକର ଝାଡ଼ାଯିବା ବାହାନା କରି ଆମ୍ବୁଲାନ୍ସକୁ ଅଟକାଇ ଥିଲେ ଏବଂ ଆମ୍ବୁଲାନ୍ସରୁ ଓହ୍ଲାଇ ବିଲ ଭିତରେ ଦୌଡ଼ି ପଳେଇଥିଲେ। ସାଙ୍ଗରେ ଥିବା ଲୋକେ ତାଙ୍କୁ ଆଖପାଖରେ ଖୋଜାଖୋଜି କରି ନପାଇ ଫେରି ଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଏକ ନିମ୍ବଗଛ ଡାଳରେ ଜଣେ ବ୍ୟକ୍ତିର ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ସୋହେଲା ଥାନା ଆଇଆଇସି ପ୍ରଣୟ ମୁର୍ମୁ, ଏଏସ୍‌ଆଇ ସର୍ବେଶ୍ୱର ସାହୁ ଏବଂ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ। ଉକ୍ତ ନିମ୍ବଗଛ ଡାଳରେ ନିଜ ପିନ୍ଧା ଗାମୁଛାକୁ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।

ପରେ କୌଣସି ସୂତ୍ରରୁ ଖବର ପାଇ ମୃତବ୍ୟକ୍ତିଙ୍କ ପରିବାର ଲୋକେ ପହଂଚି ଶବକୁ ଚିହ୍ନଟ କରିଥିଲେ। ପୁଲିସ ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ଗଛରୁ ତଳକୁ ଆଣି ଶବର ମାଇନା କରିଥିଲେ। ମୃତବ୍ୟକ୍ତିଙ୍କ ଭାଇ ଶ୍ରଦ୍ଧାକର ରାଉତଙ୍କ ଅଭିଯୋଗ କ୍ରମେ ପୁଲିସ ଏସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଶବକୁ ବରଗଡ଼ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe