Advertisment

Youth Detained: ପିଲା ଚୋରି ଅଭିଯୋଗରେ ଯୁବକ ଅଟକ

Advertisment

ବରଗଡ଼ ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଭାଲୁପାଲି ଗ୍ରାମରେ ପିଲା ଚୋରି ସନ୍ଦେହରେ ଯୁବକ ଅଟକ | ମିଳିଥିବା ସୂଚନା ମୁତାବକ ଗୁରୁବାର ରାତି ୧୨ଟାରେ ଛୁଆ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ଖବର ଦେଇଥିଲେ

ବରଗଡ଼ ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଭାଲୁପାଲି ଗ୍ରାମରେ ପିଲା ଚୋରି ସନ୍ଦେହରେ ଯୁବକ ଅଟକ | ମିଳିଥିବା ସୂଚନା ମୁତାବକ ଗୁରୁବାର ରାତି ୧୨ଟାରେ ଛୁଆ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ଖବର ଦେଇଥିଲେ

aaee

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଭାଲୁପାଲି ଗ୍ରାମରେ ପିଲା ଚୋରି ସନ୍ଦେହରେ ଯୁବକ ଅଟକ | ମିଳିଥିବା ସୂଚନା ମୁତାବକ ଗୁରୁବାର ରାତି ୧୨ଟାରେ ଛୁଆ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ଖବର ଦେଇଥିଲେ | ହେଲେ ପୁଲିସ ପହଂଚିବା ବିଳମ୍ବ ହେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା | ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି | ଅଭିଯୁକ୍ତ ଛୁଆ ଚୋର ଜଣଙ୍କ ପପଙ୍ଗା ଗ୍ରାମର କାଠୁ ସୁରୁଜାଳ ବୋଲି ଜଣାପଡିଛି |

 ସୂଚନା ଅନୁସାରେ ଗୁରୁବାର ରାତିରେ ଅଭିଯୁକ୍ତ ଜଣଙ୍କ ଭାଲୁପାଲିର ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲା | ପରିବାର ଲୋକ ଏହା ଜାଣି ଗାଁ ଲୋକଙ୍କୁ କହିବାରୁ ସମସ୍ତେ ଚୋରକୁ କାବୁ କରି ସବୁକଥା ପଚାରିବାରୁ ସେ ସତକଥା ମାନିଯାଇଥିଲା | ଏହାପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଲାଇନ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ | ଏବାବଦରେ ପୁଲିସ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି | ଅନ୍ୟପଟେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ କିଛି ଗ୍ରାମବାସୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe