ପୁଲିସ୍‌କୁ ନକହି ଶବ କାଢ଼ିଲେ!:ମିଲ୍‌ ପାଣି କୁଣ୍ଡରେ ପଡ଼ି ଯୁବକ ମୃତ

Advertisment
ପୁଲିସ୍‌କୁ ନକହି ଶବ କାଢ଼ିଲେ!:ମିଲ୍‌ ପାଣି କୁଣ୍ଡରେ ପଡ଼ି ଯୁବକ ମୃତ

ବରଗଡ଼: ଗୋବିନ୍ଦପୁରସ୍ଥିତ ଗୋଟିଏ ଧାନ ମିଲ୍‌ର ପାଣି କୁଣ୍ଡରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଭି. ଅଜୟ(୨୪)। ଘର ତାମିଲନାଡ଼ୁ ମଦୁରାଇ ଠାରେ। ସେ ଅରେଞ୍ଜ କମ୍ପାନି ନାମକ ସଂସ୍ଥାରେ ସର୍ଭିସ ଇଂଜିନିଅର ଭାବେ କାମ କରୁଥିଲେ। ସଂସ୍ଥା ପକ୍ଷରୁ ଯନ୍ତ୍ରପାତି ସଜାଡ଼ିବା ପାଇଁ ଗୋବିନ୍ଦପୁରସ୍ତିତ ନବଦାନ୍ୟ ମିଲ୍‌କୁ ଆସିଥିଲେ। ମଂଗଳବାର ଦିନ ୧୨ଟା ବେଳେ ସେ ମିଲ୍‌ ପରିସରରେ ଥିବା ଗଭୀର ପାଣିକୁଣ୍ଡରେ ପଡ଼ି ଯାଇଥିଲେ। ମିଲ୍‌ର କର୍ମଚାରୀମାନେ ତାଙ୍କୁ ଖୋଜାଖୋଜି ପରେ କିଛି ପତ୍ତା ପାଇନଥିଲେ। ପରେ ସଂଧ୍ୟା ସାଢ଼େ ୫ଟା ବେଳେ ଶବ ମିଳିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ବୁଧବାର ମଧ୍ୟାହ୍ନରେ ପୁଲିସ୍‌ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲା। ତେବେ ପ୍ରଥମେ ପୁଲିସ୍‌କୁ ଖବର ନଦେଇ ମିଲ୍‌ କର୍ମଚାରୀମାନେ ଶବକୁ ପାଣିରେ ବାହାର କରିବା ସହଜରେ ହଜମ ହେଉନାହିଁ। ସାଧାରଣତଃ ପୁଲିସ୍‌ ଉପସ୍ଥିତିରେ ହିଁ ଶବ ଉଦ୍ଧାର ହୋଇଥାଏ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଏସ୍‌ଡିପିଓ ସୁରେଶ ନାୟକ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe