ଦଳରେ ମିଶିଲେ ଅଶୋକଙ୍କୁ ସ୍ୱାଗତ କରାଯିବ, ପ୍ରାର୍ଥୀତ୍ୱକୁ ନୁହେଁ: ବରଗଡ଼ ବିଜେପି

Advertisment
ଦଳରେ ମିଶିଲେ ଅଶୋକଙ୍କୁ ସ୍ୱାଗତ କରାଯିବ, ପ୍ରାର୍ଥୀତ୍ୱକୁ ନୁହେଁ: ବରଗଡ଼ ବିଜେପି

ବରଗଡ଼: ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ଶୁକ୍ରବାର କହିଛନ୍ତି, ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଭାଜପାରେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ତାଙ୍କରି ପ୍ରାର୍ଥୀତ୍ୱକୁ ଗ୍ରହଣ କରାଯାଇ ପାରିବ ନାହିଁ। ବିଜେପି ସର୍ବ ବୃହତ୍ତ ରାଜନୈତିକ ଦଳ ହୋଇଥିବାରୁ ଏଥିରେ ଯେ କେହି ବି ସାମିଲ ହୋଇ ପାରିବେ। ନାରାୟଣ କହିଛନ୍ତି, ୨୦୧୪ ବିଧାନସଭା ନିର୍ବାଚନରେ ଅଶୋକ ବିଜେପି ବିରୋଧରେ ନିର୍ବାଚନ ପଡ଼ିଆକୁ ଓହ୍ଲାଇ ଥିଲେ। ଯଦି ସେ ଆଜି ବିଜେପିରୁ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି, ଆମେ ଗ୍ରହଣ କରିବୁ କେମିତି?

ଗତ ଫେବ୍ରୁଆରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ବିଜେପିର ସ୍ଥିତି ଉପରେ ଭାଜପା ନେତା ଅଶୋକ କହିଛନ୍ତି, ଦଳକୁ ୯୨,୨୬୬ ଭୋଟ ମିଳିଥିଲା। ଏହା କେବଳ ଦଳୀୟ କର୍ମୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା। ପଞ୍ଚାୟତ ନିର୍ବାଚନକୁ ସମୀକ୍ଷା କରାଗଲେ ଜଣାପଡ଼ିବ ଯେ, ଯେଉଁ ଲୋକ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ ଜଡ଼ିତ ସେମାନଙ୍କୁ ପ୍ରାର୍ଥୀ କରାଗଲେ ବିଜେପୁର ଅଞ୍ଚଳର ବିକାଶ ହେବ। ଏହା ଦ୍ୱାରା ବିଜେପି ଲକ୍ଷାଧିିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପାରିବ।

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ଦେବା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡି ଡରୁଛି। ବିଜେଡି ନେତାଙ୍କୁ ଡର ଲାଗିଲାଣି। ତେଣୁ ବାଚଳାମି କରୁଛନ୍ତି। ଉପନିର୍ବାଚନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇ ନାହିଁ ବୋଲି ପ୍ରଧାନ କହିଛନ୍ତି। ବଜେପୁର ଉପନିର୍ବାଚନ ନେଇ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe