ବରପାଲି: ବରପାଲି ଥାନା ଅନ୍ତର୍ଗତ ରାବନଗୁଡ଼ା ଗ୍ରାମର ହଲୁପୋଡ଼ଙ୍କ ଝିଅ ଉର୍ମିଲା ପୋଡ଼(୨୨) ଦୁଇ ଦିନ ହେଲା ଘରୁ କୁଆଡ଼େ ପଳାଇଥିଲେ। ଘର ଲୋକେ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପତ୍ତା ମିଳିନଥିଲା। ବୁଧବାର ଏକ ଆଖୁ ବଗିଚାରେ ତାଙ୍କ ମୃତ ଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ବରପାଲି ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ ପ୍ରେମଜନିତ କାରଣରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିବା ସହ ରାତିରେ ଥାନା ଘେରାଉ କରିଛନ୍ତି। ଗାଁର ଜଣେ ବିବାହିତ ବ୍ୟକ୍ତିଙ୍କ ସହ ଝିଅର ପ୍ରେମ ସଂପର୍କ ରହିଥିଲା। ବ୍ୟକ୍ତି ଜଣକ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବାରମ୍ବାର ଅନୁରୋଧ ସତ୍ୱେ ସେ ବାହା ପାଇଁ ରାଜି ନହେବାରୁ ଶେଷରେ ଝିଅ ଆତ୍ମହତ୍ୟା କରିଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି।
ଯୁବତୀଙ୍କ ଶବ ଉଦ୍ଧାର:ଲୋକେ ଘେରିଲେ ଥାନା
Advertisment
Follow Us