Image Courtesy of NDTV
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ସିଂହପାଲି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନବିଭାଗ ବାରହା ମାଂସ ଜବତ କରିବା ସହ ଘଟଣାସ୍ଥଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ସିଂହପାଲିର ବିଲସେନ ଟପ୍ନୋ ଏବଂ ହାତୀଲିମୁଣ୍ଡାର ନବୀନ ଡୁଙ୍ଗଡୁଙ୍ଗ।
ବିଶେଷ ସୂତ୍ରରୁ ଏଠାରେ ବାରହା ଶିକାର କରି ମାଂସ କଟାଯାଉଥିବା ଖବର ପାଇଥିଲା ବନବିଭାଗ। ଏହାପରେ ରେଞ୍ଜର ସଂଜୀବ ରାଉତଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ସେଠାରୁ କିଛି କଟାମାଂସ, ଜନ୍ତୁ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ୍ ତାର, ଗୋଟିଏ ଟାଙ୍ଗିଆ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ଏହି ଘଟଣାରେ ଦୁଇଜଣଙ୍କୁ ବନବିଭାଗ ଅଟକ ରଖି ପଚରା ଉଚୁରା କରିବା ସହ ଅଧିକ ତଦନ୍ତ କରୁଛି। ତେବେ ଶିକାର ଘଟଣାରେ ଉଭୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ କରାଯାଇଛି।
Follow Us