ପୁଣି ଶହେ ଉପରେ ସଂକ୍ରମଣ: ୫ ଦିନରେ ୬ ମୃତ, ଆକ୍ରାନ୍ତଙ୍କ ସଂଖ୍ୟାରେ ରାଜ୍ୟରେ ତୃତୀୟ

Advertisment
ପୁଣି ଶହେ ଉପରେ ସଂକ୍ରମଣ: ୫ ଦିନରେ ୬ ମୃତ, ଆକ୍ରାନ୍ତଙ୍କ ସଂଖ୍ୟାରେ ରାଜ୍ୟରେ ତୃତୀୟ

ବାରିପଦା: ନଭେମ୍ବର ଆରମ୍ଭରୁ ଜିଲ୍ଲାରେ ପୁଣି କରୋନା ପ୍ରକୋପ ଦେଖେଇବା ଆରମ୍ଭ କରିଛି। ଆଜି ରାଜ୍ୟରୁ ମୋଟ ୧୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି । ଆଜିକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୭୩୬ରେ ପହଞ୍ଚିଛି । ସେହିପରି ଗତକାଲି ସୁଦ୍ଧା ଆରୋଗ୍ୟ ସଂଖ୍ୟା ୧୦ ହଜାର ୮୨୯ ଛୁଇଁଛି। ଆଜି ସୁଦ୍ଧା ୮୪୧ ଜଣ ସକ୍ରିୟ ଅଛନ୍ତି।

ଜିଲ୍ଲାରେ କିନ୍ତୁ ମୃତ୍ୟୁ ସଂଖ୍ୟା କମିବାର ନା ନେଉନି। ଚଳିତ ମାସ ଆରମ୍ଭରୁ ୫ ଦିନରେ ୬ଜଣ ମୃତ୍ୟୁବରଣ କରିସାରିଲେଣି। ଆଜି ପୁଣି ୩ଜଣ କରୋନାରେ ମୃତ୍ୟୁବରଣ କରିଥିବା ସରକାରୀଭାବେ ସୂଚନା ପ୍ରଦାନ କରାଯାଇଛି। ଆଜି ୬୦ , ୬୫ ଓ ୯୦ ବର୍ଷ ବୟସର ୩ ଜଣ ବୃଦ୍ଧ ମୃତ୍ୟୁମୁଖରେ ପଡ଼ିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଜିଲ୍ଲାରେ ଶୀତର ପ୍ରଭାବ ଆରମ୍ଭ ହୋଇସାରିଛି। ଆଗକୁ କରୋନାର ଦ୍ବିତୀୟ ଲହର ହେବାକୁ ଥିବା ଆଶଙ୍କା କରାଯାଉଛି। ଏପରି ସ୍ଥଳେ ଜିଲ୍ଲାବାସୀ ଆହୁରି ଅଧିକ ସତର୍କ ଓ ସଚେତନ ହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe