ମହିଳାଙ୍କୁ ଗଣଦୁଷ୍କର୍ମ; ନାବାଳକଙ୍କ ସମେତ ୪ ଗିରଫ

ଟାଟା ଏସ୍ ଗାଡ଼ିରେ ଆଣି ଆରଏମ୍ସି ମାର୍କେଟ୍ ପଡ଼ିଆରେ କରିଥିଲେ ଗଣଦୁଷ୍କର୍ମ

ମହିଳାଙ୍କୁ ଗଣଦୁଷ୍କର୍ମ; ନାବାଳକଙ୍କ ସମେତ ୪ ଗିରଫ

ବାରିପଦା: ପୁଣି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ନାବାଳକଙ୍କ ସମେତ ୪ଜଣ ଅଭିଯୁକ୍ତ ପୀଡ଼ିତା ମହିଳାଙ୍କୁ ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ତକତପୁରସ୍ଥିତ ଆରଏମ୍ସି ମାର୍କେଟ୍ ପଡ଼ିଆକୁ ଆଣି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଆଜି ଟାଉନ୍ ଥାନା ପୁଲିସ୍ କାଳିକାପୁର ଅଞ୍ଚଳର ରାଜୁ ସିଂ(୩୦), ୱାର୍ଡ ନଂ-୨୭ ତକତପୁର ଅଞ୍ଚଳର କାହ୍ନା ନାଏକ(୨୪) ଏବଂ ମୁନା ହାଁସଦା(୧୯)ଙ୍କୁ ଗିରଫ କରିଛି। ଏମାନଙ୍କ ବ୍ୟତୀତ ଏହି ଦୁଷ୍କର୍ମ ଘଟଣାରେ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ମଧ୍ୟ ପୁଲିସ୍ ଅଟକ ରଖିଛି।

ଘଟଣା ଅନୁସାରେ ଅଭିଯୁକ୍ତମାନେ ପୀଡ଼ିତା ମହିଳାଙ୍କୁ ଜୋରଜବରଦସ୍ତ ଓଆର୍-୧୧-ଏଚ୍-୬୨୦୬ ନମ୍ବର ବିଶିଷ୍ଟ ଟାଟା ଏସ୍ ଗାଡ଼ିରେ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଏଥିରେ ବ୍ୟବହୃତ ହୋଇଥିବା ଗାଡ଼ିକୁ ଜବତ କରିଛି।

ଅଭିଯୁକ୍ତମାନଙ୍କର ମେଡିକାଲ୍ ପରୀକ୍ଷା କରାଯିବା ସହିତ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଆଜି ପୀଡ଼ିତା ଥାନାରେ ଅଭିଯୋଗ କଲାପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଏନେଇ ଥାନାରେ କେସ୍ ନଂ-୨୮ ଦଫା ୩୭୬(ଡି)ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe